ପାକିସ୍ତାନ ସହ ଶତ୍ରୁତାକୁ ଦେଖି ସଲମାନ ନେଲେ ବଡ଼ ପଦକ୍ଷେପ, ରାହାତ ଫତେହ ଅଲ୍ଲୀ ଖାନ୍‌ଙ୍କୁ ମିଳିଲାନି ‘ଦବଙ୍ଗ-୩’ରେ ଗାଇବାର ସୁଯୋଗ

ମୁମ୍ବାଇ : କିଛି ଦିନ ତଳେ ‘ଦବଙ୍ଗ-୩’ର ଟ୍ରେଲର ରିଲିଜ୍‌ ହୋଇଥିଲା । ଟ୍ରେଲରଟି ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସୁଥିବା ବେଳେ ମନୋରଞ୍ଜନ ପାଇଁ ସଲମାନ ଏଥିରେ ଭିନ୍ନ କାହାଣୀ ନେଇ ଆସୁଥିବା ଦେଖାଯାଇଛି । ଜଣେ ସାଧାରଣ ଯୁବକ ଦବଙ୍ଗ କେମିତି ପାଲଟିଲା, ତାହାକୁ ନେଇ ଫିଲ୍ମର କାହାଣୀ ଗତିଶୀଳ ହେଉଥିବା ବେଳେ ଏବେ ଫିଲ୍ମର ଗୀତ ରିଲିଜ୍‌ ହୋଇଛି । ତେବେ ଗତ ଦୁଇଟି ଭାଗ ଭଳି ଏଥିରେ ଲୋକପ୍ରିୟ ପାକ୍‌ କଣ୍ଠଶିଳ୍ପୀ ରାହତ୍‌ ଫତେହ ଅଲ୍ଲୀ ଖାନ୍‌ଙ୍କ ସ୍ୱର ଶ୍ରୋତା ଶୁଣି ପାରିବେ ନାହିଁ । ଭାରତ-ପାକ୍‌ ମଧ୍ୟରେ ଅଶାନ୍ତିର ବାତାବରଣ ଚାଲୁଥିବା ଦେଖି ସଲାମନ ରାହତଙ୍କୁ ଗାଇବାର ସୁଯୋଗ ଦେଇ ନଥିଲେ ବୋଲି ଜଣାପଡ଼ିଛି ।

Rahat Fateh Ali Khan
amarujala.com

ସୂଚନା ମୁତାବକ, ଦବଙ୍ଗ-୧ରେ ତେରେ ମସ୍ତ ମସ୍ତ ଦୋ ନୈନ୍‌ ଓ ଦବଙ୍ଗ-୨ରେ ତୋରେ ନୈନା ବଡ଼େ ଦଗାବାଜ୍‌ ଗୀତ ଗାଇଥିଲେ ରାହତ ଫତେହ ଅଲ୍ଲୀ ଖାନ୍‌, ଯାହା ଖୁବ୍‌ ଲୋକପ୍ରିୟ ହୋଇଥିଲା । କିନ୍ତୁ ଦବଙ୍ଗ-୩ରେ ଶ୍ରୋତାମାନେ ତାଙ୍କ ସ୍ୱର ଶୁଣି ପାରିବେ ନାହିଁ । ପ୍ରଥମେ ସଲମାନ ରାହତଙ୍କ ଦ୍ୱାରା ତୋସେ ନୈନା ଲଡେ ଗୀତର ରେକର୍ଡିଂ କରିଥିଲେ । କିନ୍ତୁ ପରେ ଭାରତ-ପାକ୍‌ ମଧ୍ୟରେ ସଂପର୍କ ତିକ୍ତ ହେବାରୁ ଗୀତଟିକୁ ଜାଭେଦ ଅଲ୍ଲୀଙ୍କ ଦ୍ୱାରା ରେକର୍ଡ କରାଯିବ ବୋଲି ନିଷ୍ପତ୍ତି ନେଇଥିଲା ସଲମାନଙ୍କ ଟିମ୍‌ । ଆଜି ଗୀତଟି ରିଲିଜ୍‌ ହୋଇଥିବା ବେଳେ ଶ୍ରୋତାଙ୍କୁ ପସନ୍ଦ ଆସୁଥିବା ଦେଖାଯାଇଛି ।

ସମ୍ବନ୍ଧିତ ଖବର