‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ରେ ଆୟୁଷ୍ମାନଙ୍କ ସହ ନଜର ଆସିବେ ଏହି ଧାରାବାହିକ ଅଭିନେତ୍ରୀ

ମୁମ୍ବାଇ: ଫିଲ୍ମ ଜିରୋ ପରେ ନିର୍ମାତା ନିର୍ଦ୍ଦେଶକ ଆନନ୍ଦ ରାଏ ଏବେ ଆଉ ଏକ ଫିଲ୍ମ ନିର୍ମାଣର ଘୋଷଣା କରିଛନ୍ତି । ଫିଲ୍ମର ଟାଇଟେଲ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ ରହିଥିବା ବେଳେ ଏହାର ନିର୍ଦ୍ଦେଶନା ଫିଲ୍ମ ଶୁଭ ମଙ୍ଗଲ ସାବଧାନ ଲେଖକ ହିତେଶ କୈବଲ୍ୟ ଦେବେ ବୋଲି ଜଣା ପଡ଼ିଛି । ଫିଲ୍ମରେ ମୁଖ୍ୟ ଭୂମିକାରେ ଆୟୁଷ୍ମାନ ଖୁରାନା ନଜର ଆସିବା ସହ ତାଙ୍କ ବିପକ୍ଷରେ ନଜର ଆସିବେ ଧାରାବାହିକରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ପଙ୍ଖୁରୀ ଅବସ୍ତି । ଏହା ପୂର୍ବରୁ ସେ ‘ଅକସର-୨’ ଏବଂ ‘ଅନର୍ଥ’ ଭଳି ଫିଲ୍ମରେ ନଜର ଆସି ସାରିଛନ୍ତି । ଫିଲ୍ମ ‘ରମୈୟା ବସ୍ତାବୈୟା’ରେ ପଙ୍ଖୁରୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଦେଖିବାକୁ ପାଇଥିଲେ ଦର୍ଶକ ।

Times of India

ସୂଚନା ମୁତାବକ, ଫିଲ୍ମ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ର ସୁଟିଂ ସେପ୍ଟେମ୍ବରରେ ଆରମ୍ଭ ହେବ ବୋଲି ଜଣା ପଡ଼ିଛି । ଏହା ‘ଶୁଭ ମଙ୍ଗଲ ସାବଧାନ’ର ଦ୍ୱିତୀୟ ଭାଗ ହୋଇଥିବା ବେଳେ ଏଥିରେ ଆୟୁଷ୍ମାନଙ୍କ ବ୍ୟତୀତ ଆଉ ଜଣେ ହିରୋ ନଜର ଆସିବେ । ତେବେ ଦ୍ୱିତୀୟ ହିରୋ କିଏ, ତାହା ଏ ପର୍ଯ୍ୟନ୍ତ ଜଣା ପଡ଼ି ନଥିବା ବେଳେ ଖୁବ୍‌ ଶୀଘ୍ର ସେ ନେଇ ଘୋଷଣା କରାଯିବ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର