ଜାହ୍ନବୀଙ୍କୁ ସାରା ବୋଲି ଡ଼ାକିଲେ ସାମ୍ବାଦିକ, ହସି ହସି ଏଭଳି ଉତ୍ତର ଦେଲେ ଜାହ୍ନବୀ

ମୁମ୍ବାଇ : ନେହା ଧୁପିଆଙ୍କ ସୋ’ ଭୋଗ୍‌ ବିଏଫ୍‌ଏଫ୍‌କୁ ନିଜ ଭଉଣୀ ଖୁସି କପୁରଙ୍କ ସହ ଯୋଗ ଦେବା ପାଇଁ ଯାଇଥିବା ବେଳେ ସେଠାରେ କିଛି ସାମ୍ବାଦିକ ଜାହ୍ନବୀଙ୍କୁ ସାରା ବୋଲି ଡ଼ାକିଥିଲେ । ସେ ବାହାରକୁ ଆସିବା ପରେ କିଛି ସାମ୍ବାଦିକ ତାଙ୍କୁ ‘ସାରା ମ୍ୟାମ୍‌… ସାରା ମ୍ୟାମ୍‌’ ବୋଲି ଡ଼ାକିଥିଲେ । ଏହା ଶୁଣି ହସିବା ସହ ଜାଣି ଶୁଣି ଆପଣ ଏପରି କହୁଛନ୍ତି ବୋଲି କହିଥିଲେ ଜାହ୍ନବୀ । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଫିଲ୍ମ ଏବଂ ଅଭିନୟର ଦକ୍ଷତାକୁ ନେଇ ଦୁହିଁଙ୍କୁ ତୁଳନା କରାଯାଉଥିବାରୁ ଦୁହିଁଙ୍କ ମନରେ ସେଭଳି ପ୍ରତିଯୋଗିତା ମନୋଭାବ ନାହିଁ ବୋଲି ଅନେକ ସମୟରେ ଦୁଇ ଅଭିନେତ୍ରୀ କହି ଆସିଛନ୍ତି ।

 

View this post on Instagram

 

Sara ji ????. ?Media guys pull #janhvikapoor leg today

A post shared by Viral Bhayani (@viralbhayani) on

ସୂଚନା ମୁତାବକ, ସାରା ଫିଲ୍ମ ‘କେଦାରନାଥ’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିବା ବେଳେ ଜାହ୍ନବୀ ଫିଲ୍ମ ‘ଧଡ଼କ’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ । ଦୁହିଁଙ୍କ ଫିଲ୍ମକୁ ଦର୍ଶକଙ୍କ ଭଲ ପାଇବା ମିଳିଥିବା ବେଳେ ‘କେଦାରନାଥ’ରେ ସାରାଙ୍କ ଅଭିନୟକୁ ଦର୍ଶକେ ଅଧିକ ପ୍ରଶଂସା କରିଥିଲେ ।

ସମ୍ବନ୍ଧିତ ଖବର