ପପୁ ପମପମ୍‌ ବନିଥିଲେ ଡନ୍‌

ଭୁବନେଶ୍ୱର: ଦୁଇ ବର୍ଷ ତଳେ ଏକ ଓଡ଼ିଆ ସିନେମା ରିଲିଜ୍‌ ହୋଇଥିଲା ଯାହାର ଟାଇଟଲ ହେଲା ‘ହେ ପ୍ରଭୁ ଦେଖା ଦେ’ । ଏଥିରେ ଅନୁ ଚୌଧୁରୀ, ପ୍ରଜ୍ଞା, ହରିହର , ମିହିର ଦାସ, ପପୁ ପମପମ ଏବଂ ସଲିଲ ମିତ୍ର ବହୁ କୋଟି ମୂଲ୍ୟର ଏକ ଦୁର୍ଲଭ ଗଣେଶ ମୂର୍ତ୍ତି ସୁଦୂର କେରଳରୁ ଚୋରି ହୋଇ ଆସେ ଭୁବନେଶ୍ୱର । ଏହି ମୂର୍ତ୍ତିକୁ ହାତେଇବା ଲାଗି ହୁଏ ଯୋଜନା। ପ୍ରଥମେ ଜଣେ ଇଣ୍ଟରନାସନାଲ୍‌ ସ୍ମଗଲର୍‌ ଜି.ଏମ୍‌ ଶଙ୍କରା। ଏହାକୁ ପାଇବା ପାଇଁ ଦିନରାତି ଏକ କରିଦିଏ। ଏ ଖବର ପହଞ୍ଚେ ଲୋକାଲ୍‌ ଡନ ପାଖରେ । ସେ ବି ଏହି ଗଣେଶ ମୂର୍ତ୍ତିକୁ ହାତେଇ ବିଦେଶରେ ବିକ୍ରି କରି ମାଲାମାଲ୍‌ ହେବାର ସ୍ୱପ୍ନ ଦେଖନ୍ତି। ହେଲେ ଡନର ସ୍ୱପ୍ନ ପୂରଣ ହୋଇ ନଥିଲା ।

ଇଏ ଥିଲା ଓଡ଼ିଆ ଛବି ‘ହେ ପ୍ରଭୁ ଦେଖା ଦେ’ ର କଥାବସ୍ତୁର ଏକ ଅଂଶ ବିଶେଷ। ଗୋପୀ ଆନନ୍ଦ ନିର୍ଦେଶିତ ଏହି ଫିଲ୍ମରେ ଲୋକାଲ୍‌ ଡନ ଭୂମିକାରେ ନଜର ଆସିଥିଲେ ଜଣାଶୁଣା ହାସ୍ୟାଭିନେତା ପପୁ ପମପମ୍‌। ଆଉ ତାଙ୍କର ସହଯୋଗୀ ଚରିତ୍ରରେ ଥିଲେ ଆଉ ଜଣେ ଲୋକପ୍ରିୟ ହାସ୍ୟାଭିନେତା ସଲିଲ ମିତ୍ର।

ସମ୍ବନ୍ଧିତ ଖବର