ଭୁବନେଶ୍ୱର: ଓଲିଉଡର କମେଡି ମାଷ୍ଟର୍ ପପୁ ପମ୍ପମ୍ ଏବେ ପୁଣି ପରଦାକୁ ଫେରୁଛନ୍ତି। ହଁ ସେ ଯେଉଁ ସିନେମାରେ ପୁଣି ଆସୁଛନ୍ତି ତାହା ହେଲା ‘ପଗଲୁ’। ଏହି ସିନେମାରେ ତାଙ୍କର ଅଭିନୀତ ଚରିତ୍ରଟି ପୁଣି ହିରୋର ସାଙ୍ଗ। ‘ପଗଲୁ’ରେ ପପୁ ପମପମ୍ ନାୟକ ଅଭିଷେକଙ୍କ ସାଙ୍ଗ ଭୂମିକାରେ ଅଛନ୍ତି। ଏଥିରେ ଅନ୍ୟମାନଙ୍କ ଭିତରେ ମହିର ଦାସ ,ଅପରାଜିତା ,ପ୍ରକୃତି ମିଶ୍ର ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି।
ଚଳିତ ବର୍ଷ ମୁକ୍ତିଲାଭ କରିଥିବା ‘ଟୋକାଟା ଫସିଗଲା’ରେ ନାୟକ ସବ୍ୟସାଚୀଙ୍କ ସାଙ୍ଗ ଭୂମିକାରେ ନଜର ଆସିଥିଲେ ପପୁ । ଏହାର କାହାଣୀ ଅନୁଯାୟୀ ସବ୍ୟସାଚୀ ଓ ପପୁ ପମ୍ପମ୍ ଖୁବ୍ ଭଲ ସାଙ୍ଗ। ଠିକ୍ ସେହିପରି ପପୁ ପମ୍ପମ୍ଙ୍କୁ ଏ ବର୍ଷ ଆଉ ଏକ ସିନେମାରେ ବି ଜବରଦସ୍ତ କମେଡ଼ି କରୁଥିବାର ଦେଖିବାକୁ ପାଇଥିଲେ ଦର୍ଶକ ।
/sambad/media/post_attachments/wp-content/uploads/2018/09/Papu-Pom-Pom2-300x211.jpg)
ଏହି ଓଡ଼ିଆ ଛବି ହେଲା ‘ ଦିଓ୍ଵାନା ହେଲି ତୋ’ ପାଇଁ’ । ଅଶୋକ କୁମାର ଦାସ ଏହାର ପ୍ରଯୋଜକ ଏବଂ ଜଣାଶୁଣା ଅଭିନେତା- ନିର୍ଦ୍ଦେଶକ ଶ୍ରୀତମ୍ ଦାସ ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ବହନ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସିଦ୍ଧାନ୍ତ ମହାପାତ୍ର, ରୀୟା ଦେ, ଅମର ଗୁଡୁ, ଶ୍ରୀତମ ଦାସ, ଦେବୁ ପଟ୍ଟନାୟକ, ଉଷଶ୍ରୀ ମିଶ୍ର ଓ ନବାଗତ ମୁନ୍ନା ମଧ୍ୟ ଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/09/papu-mun-khanti.jpg)