ସମଗ୍ର ଭାରତରେ ଲକ୍ ଡାଉନ ଘୋଷଣା ହେବା ପରେ ସମସ୍ତେ ଏବେ ଘର ମଧ୍ୟରେ ରହିଛନ୍ତି। ଏହି ସମୟରେ ଯେମିତି ନିଜ ପିଲାମାନେ ପିତାମାତାଙ୍କ ଅଭାବ ଅନୁଭବ ନ କରନ୍ତି ସେଥିପାଇଁ ସୁଜୈନ ଖାନ ହ୍ରିତିକ ରୋଶନଙ୍କ ଘରେ ନିଜ ପିଲାମାନଙ୍କୁ ନେଇ ପହଞ୍ଚି ଯାଇଛନ୍ତି।
ସୂଚନାଯୋଗ୍ୟ ହ୍ରିତିକ ରୋଶନଙ୍କର ରୁହାନ ଓ ରୁଘାନ ନାମରେ ଦୁଇ ପୁତ୍ର ସନ୍ତାନ ଅଛନ୍ତି। ଏପରି ସମୟରେ ଯେପରି ଉଭୟ ପିତାମାତା ସେମାନଙ୍କର ଦେଖାଶୁଣା କରି ପାରିବେ ସେ ଉଦ୍ଦେଶ୍ୟ ନେଇ ହ୍ରିତିକଙ୍କ ପୂର୍ବତନ ପତ୍ନୀ ସୁଜୈନ ତାଙ୍କ ଘରକୁ ଆସିଛନ୍ତି। ହ୍ରିତିକ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୂର୍ବତନ ପତ୍ନୀ ସୁଜୈନ ଖାନଙ୍କ ଉଦ୍ଦେଶ୍ୟରେ ଏକ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି ଯେ, ସୁଜୈନ ବହୁତ ବୁଝିବାର ଓ ସପୋର୍ଟିଭ। ଇଏ ଏପରି ଏକ ସମୟ ଏ ସମୟରେ ନିଜ ପିଲାମାନଙ୍କଠାରୁ ଅଲଗା ରହିବା ଜଣେ ବାପା ଭାବେ ମୋ ପାଇଁ ଅକଳ୍ପନୀୟ। ସମସ୍ତଙ୍କୁ ଏ ସମୟରେ ଏକାଠି ଦେଖି ବହୁତ ଆନନ୍ଦ ଲାଗୁଛି।
ଅଷ୍ଟ୍ରେଲିଆରୁ ଫେରିବା ପରେ ଡରି ଯାଇଥିଲେ ମନ୍ଦିରା
ଅଭିନେତ୍ରୀ ମନ୍ଦିରା ବେଦୀ ଅଷ୍ଟ୍ରେଲିଆରେ ଆୟୋଜିତ ମହିଳା ବିଶ୍ବକପରେ ସାମିଲ୍ ହୋଇ ଫେରିବା ପରେ ଚିନ୍ତାରେ ପଡ଼ିଯାଇଥିଲେ। କରୋନାକୁ ନେଇ ସ୍ଥିତି ସାଂଘାତିକ ହେବା ଜାଣିବା ପରେ ସେ ବିଶେଷ ଚିନ୍ତାରେ ପଡ଼ିଯାଇଥିଲେ। ସେ ମାର୍ଚ୍ଚ ୯ରେ ଭାରତ ଫେରି ଆସିଥିଲେ ମଧ୍ୟ କରୋନା ଲକ୍ଷଣ ଦେଖାଯିବା ପାଇଁ ୧୪ ଦିନ ସମୟ ଲାଗୁଥିବାରୁ ଏହା ଭାବି ସେ ଭୟଭୀତ ହୋଇଯାଇ ଥିଲେ। ୪୭ ବର୍ଷୀୟା ମନ୍ଦିରା କହିଛନ୍ତି ଯେ ଏବେ ଗୁଡ଼ାଏ ଗୁଜବ ଶୁଣିବାକୁ ମିଳୁଛି। ଏପରି ଗୁଜବଠାରୁ ଦୂରେଇ ରହିବା ପାଇଁ ସେ ଲୋକଙ୍କୁ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/hitric.jpg)
/sambad/media/post_attachments/wp-content/uploads/2020/03/mandira-f-285x300.jpg)