ଗୋଟେ ଚିଠି ପାଇଁ ଫିଲ୍ମ ‘ସଞ୍ଜୁ’ରେ ସୁନୀଲ ଦତ୍ତଙ୍କ ଚରିତ୍ର କରିବା ପାଇଁ ରାଜି ହୋଇଥିଲେ ପରେଶ ରାଓ୍ଵଲ

ମୁମ୍ବାଇ : ନିର୍ଦ୍ଦେଶକ ରାଜକୁମାର ହୀରାନିଙ୍କ ଫିଲ୍ମ ସଞ୍ଜୁରେ ପରେଶ ରାଓ୍ଵଲ ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କ ବାପାଙ୍କ ଭୂମିକାରେ ନଜର ଆସିଛନ୍ତିା ଫିଲ୍ମରେ ରଣବୀରଙ୍କ ଅଭିନୟକୁ ଯେତିକି ପ୍ରଶଂସା ମିଳିଥିଲା, ପେରଶ ରାଓ୍ଵଲଙ୍କୁ ମଧ୍ୟ ସେତିକି ପ୍ରଶଂସା କରାଯାଇଥିଲା । ପରେଶ ରାଓ୍ଵଲ ସୁନୀଲ ଦତ୍ତଙ୍କ ଚରିତ୍ରକୁ ଭଲ ଭାବରେ ପରଦା ଉପରେ ପରିବେଷଣ କରିବା ସହ ସମସ୍ତେ ତାଙ୍କ ନିଖୁଣ ଅଭିନୟକୁ ପ୍ରଶଂସା କରୁଥିବାର ଦେଖିବାକୁ ମିଳିଥିଲା ।
ତେବେ ସଞ୍ଜୁ ଫିଲ୍ମ ସାଇନ୍‌ କରିବା ପଛରେ ତାଙ୍କ ପାଖରେ ଏକ ବଡ଼ କାରଣ ଥିଲା ବୋଲି ସେ ଜଣାଇଛନ୍ତି । ୨୦୦୫ରେ ସଞ୍ଜୟ ଦତ୍ତଙ୍କ ବାପା ପରେଶ ରାଓ୍ଵାଲଙ୍କୁ ଦେଇଥିବା ଚିଠି ପାଇଁ ସେ ଫିଲ୍ମରେ ସୁନୀଲଙ୍କ ଦତ୍ତଙ୍କ ଚରିତ୍ରଟି କରିବା ପାଇଁ ରାଜି ହୋଇଥିଲେ ବୋଲି କହିଛନ୍ତି । ମେ ୩୦ରେ ପରେଶ ରାଓ୍ଵଲଙ୍କ ଜନ୍ମଦିନ ଥିବାରୁ ସୁନୀଲ ଦତ୍ତ ତାଙ୍କୁ ଏକ ଚିଠି ଲେଖିଥିଲେ । ଚିଠିର ଶେଷରେ ସୁନୀଲ ଦତ୍ତଙ୍କ ହସ୍ତାକ୍ଷର ମଧ୍ୟ ଥିଲା । ଏହି ଚିଠି ପାଇବା ପରେ ପରେଶ ରାଓ୍ଵଲ ବହୁତ ଖୁସୀ ହୋଇ ଯାଇଥିଲେ ।

Times of India

ସମୟ ବିତିବା ସହ ଚିଠିଟି ମଧ୍ୟ ପୁରୁଣା କାଗଜପତ୍ରରେ ସାମିଲ ହୋଇ ଯାଇଥିଲା । ଜାନୁଆରି ୩, ୨୦୧୭ରେ ପରେଶ ଯେତେବେଳେ ନିର୍ଦ୍ଦେଶକ ରାଜକୁମାର ହିରାନୀଙ୍କୁ ଦେଖା କରିବା ପାଇଁ ବହାରୁଥିଲେ ସେତେବେଳେ ସେ ତାଙ୍କ ସ୍ତ୍ରୀଙ୍କୁ କୌଣସି ଦରକାରୀ କାଗଜପତ୍ର ଆଣିବା ପାଇଁ ପଠାଇଥିଲେ । ଜରୁରି କାଗଜପତ୍ର ଖୋଜିବା ସମୟରେ ତାଙ୍କ ସ୍ତ୍ରୀଙ୍କୁ ସୁନୀଲ ଦତ୍ତଙ୍କ ସେଇ ପୁରୁଣା ଚିଠି ମିଳିଥିଲା । ଯାହାକୁ ଦେଖି ପୁରୁଣା ସ୍ମୃତିକୁ ମନେ ପକାଇବା ସହ ରାଜକୁମାରଙ୍କ ଠାରୁ ଚରିତ୍ର ବିଷୟରେ ଜାଣି ତୁରନ୍ତ ହଁ ଭରିଥିଲେ ।

ସମ୍ବନ୍ଧିତ ଖବର