ପୁଲୁଓ୍ଵାମା ଆକ୍ରମଣ ପରେ ପରେଶ ରାଓ୍ଵଲଙ୍କ ପରାମର୍ଶ: କହିଲେ;ଯେଉଁ ପାକିସ୍ତାନୀମାନେ ଭାରତରେ ବିଷ ବର୍ଷା କରୁଛନ୍ତି,ସେଭଳି ପାଗଳ କୁକୁରକୁ ଭାରତକୁ ପ୍ରବେଶ କରାଇ ଦିଅ ନାହିଁ

ମୁମ୍ବାଇ : ଗତ ଗୁରୁବାରୁ ଫେବୃଆରୀ ୧୪ରେ ପୁଲଓ୍ଵାମା ଜିଲ୍ଲାରେ ଯେଉଁ ଆତଙ୍କବାଦୀ ହାମ୍‌ଲା ହୋଇଥିଲା, ତାହା ଏବେ ସବୁ ଭାରତୀୟଙ୍କ ମନରେ ପ୍ରତିଶୋଧର ନିଆଁ ହୋଇ ଜଳୁଛି । ପାକିସ୍ତାନର ମୂଳପୋଛ କରିବା ପାଇଁ ସବୁ ଭାରତୀୟ ଦାବି କରିଥିବା ବେଳେ ଏ ନେଇ ଭାରତୀୟ ସେନା ପ୍ରସ୍ତୁତି ଆରମ୍ଭ କରି ସାରିଛନ୍ତି । ଏଭଳି ହୃଦୟବିଦାରକ ଘଟଣାକୁ ନେଇ ସମସ୍ତେ ନିଜ ନିଜର ମତ ରଖିଥିବା ବେଳେ ବଲିଉଡ୍‌ ଅଭିନେତା ପରେଶ ରାଓ୍ଵଲ ସବୁ ଭାରତୀୟ ନିଉଜ୍‌ ଚ୍ୟାନେଲକୁ ଏକ ପରାମର୍ଶ ଦେଇଛନ୍ତି । ଟୁଇଟ୍‌ କରି ସେ ଏହି ପରାମର୍ଶ ଦେଇଥିବା ଜଣା ପଡ଼ିଛି ।

ଟୁଇଟ୍‌ରେ, ଯେଉଁ ଭାରତୀୟ ଏବଂ ପାକିସ୍ତାନୀମାନେ ଆତଙ୍କବାଦୀମାନଙ୍କୁ ଏବଂ ତାଙ୍କ କାମକୁ ସମର୍ଥନ କରୁଛନ୍ତି ସେମାନକୁ ଜାତୀୟ ନିଉଜ୍‌ ଚ୍ୟାନେଲକୁ ଡ଼ାକି ଆମ ଭାରତ ମାତା ଉପରେ ବିଷ ବର୍ଷା କର ନାହିଁ । ଏ ନେଇ ମୁଁ ସବୁ ଜାତୀୟ ନିଉଜ୍‌ ଚ୍ୟାନେଲକୁ ନିବେଦନ କରୁଛି । ସେଭଳି ପାଗଳ କୁକୁରଙ୍କୁ ଆମ ଭାରତକୁ ପ୍ରବେଶ କରିବାକୁ ଦିଅ ନାହିଁ । ସେମାନଙ୍କୁ ମରିବାକୁ ଦିଅ ବୋଲି ଲେଖି ଟୁଇଟ୍‌ କରିଛନ୍ତି ପରେଶ ।

ସମ୍ବନ୍ଧିତ ଖବର