ଫିଲ୍ମ ରିଲିଜ୍‌ ପୂର୍ବରୁ ନିଜ ସହ ଜଡ଼ିତ ଏକ ବଡ଼ ରାଜ୍‌ର ଖୁଲାସା କଲେ ପରୀଣିତି ଚୋପ୍ରା

ମୁମ୍ବାଇ: ୬ବର୍ଷ ପୂର୍ବରୁ ବଲିଉଡ୍‌ରେ ନିଜର ଯାତ୍ରା ଆରମ୍ଭ କରିଥିଲେ ପରୀଣିତି ଚୋପ୍ରା । ଫିଲ୍ମ ଲେଡ଼ିଜ୍‌ ଭର୍ସେସ୍‌ ରିକି ବହଲରୁ ସେ ନିଜର କ୍ୟାରିୟର ଆରମ୍ଭ କରିଥିବା ବେଳେ ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ନଜର ଆସିଥିଲେ ରଣବୀର ସିଂ । ଏହି ୬ବର୍ଷ ମଧ୍ୟରେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିବା ବେଳେ ଏବେ ସେ ତାଙ୍କର ୬ବର୍ଷର ଅଭିଜ୍ଞତା ସମସ୍ତଙ୍କୁ ଜଣାଇଥିବା ଦେଖା ଯାଇଛି । ଏକ ସାକ୍ଷାତକାରରେ ୬ ବର୍ଷ ମଧ୍ୟରେ ସେ ସାମ୍ନା କରିଥିବା ପରିସ୍ଥିତି ବିଷୟରେ ଜଣାଇଥିଲେ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

dailytimes.com.pk

ତାଙ୍କ କହିବା ଅନୁଯାୟୀ, କଳାକାରମାନଙ୍କର କାମ ଭାବପ୍ରବଣ ଭରା ହୋଇଥାଏ । ଆପଣଙ୍କ ବ୍ୟକ୍ତିଗତ ଜୀବନରେ ଯେତେ ବି ଝଡ଼ ଉଠୁଥାଉ ନା କାହିଁକି କ୍ୟାମେରା ଆଗରେ ସେ ସବୁ ଭୁଲି ସ୍କ୍ରିପ୍ଟ ଅନୁସାରେ କାମ କରିବାକୁ ପଡ଼ିଥାଏ । ବେଳେ ବେଳେ ମୋତେ ଖୁସିରେ ନାଚିବାର ଇଚ୍ଛା ହେଉଥଲେ ସୁଦ୍ଧା ଫିଲ୍ମର କାହାଣୀ ପାଇଁ ମୋତେ କାନ୍ଦିବାକୁ ପଡ଼ିଥାଏ । ପେଟରେ ଯନ୍ତ୍ରଣା ହେଉଥିଲେ ମଧ୍ୟ କ୍ୟାମେରା ଆଗରେ ସ୍କ୍ରିପ୍ଟ ଅନୁଯାୟୀ କାମ କରିବାକୁ ପଡ଼ିଥାଏ । ସମସ୍ତେ କଳାକାରମାନଙ୍କ ଚକମକ ଦୁନିଆକୁ ଦେଖନ୍ତି । କିନ୍ତୁ ସେ ନେଇ କେତେ କଷ୍ଟ କରିବାକୁ ପଡ଼ିଥାଏ ତା’ହା କେହି ଜାଣନ୍ତି ନାହିଁ ବୋଲି ପରୀଣିତି ଜଣାଇଥିଲେ । ସୂଚନା ମୁତାବକ, ଅକ୍ଟୋବର ୧୯ରେ ରିଲିଜ୍‌ ହେବାକୁ ଯାଉଛି ଫିଲ୍ମ ନମସ୍ତେ ଇଂଲଣ୍ଡ । ଯେଉଁଥିରେ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି ଅଭିନେତା ଅର୍ଜୁନ କପୁର ଏବଂ ଅଭିନେତ୍ରୀ ପରୀଣିତି ଚୋପ୍ରା ।

ସମ୍ବନ୍ଧିତ ଖବର