ପ୍ରିୟଙ୍କାଙ୍କୁ ଅନୁସରଣ କରୁଛନ୍ତି ପରିଣୀତି ଚୋପ୍ରା

ମୁମ୍ବାଇ: ବଲିଉଡର ଲୋକପ୍ରିୟ ନାୟିକା ପରିଣୀତି ଚୋପ୍ରା ଏବେ ନିଜର ବଡ ଭଉଣୀ ପ୍ରିୟଙ୍କା ଚୋପ୍ରାଙ୍କ ପଦାଙ୍କ ଅନୁସରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯେଉଁଭଳି ପ୍ରିୟଙ୍କା ନାୟିକା ହେବାପରେ ଗାୟିକା ଭାବେ ମଧ୍ୟ ସଫଳ ହେଲେ, ଠିକ୍‌ ସେହି କାମ କରିବାକୁ ଚାହାଁନ୍ତି ପରିଣୀତି । ପରିଣୀତି ଗାୟକ ତଥା ସଙ୍ଗୀତକାର ଅମାଲ ମଲିକଙ୍କ ସହିତ ଏକ ଗୀତ ରିଲିଜ୍‌ କରିବାକୁ ଯାଉଛନ୍ତି ।
ପ୍ରାପ୍ତ ସୂଚନା ଅନୁଯାୟୀ ପରିଣୀତିଙ୍କର ଏହି ଗୀତଟି ଖୁବ୍‌ ଶୀଘ୍ର ରେକର୍ଡ କରାଯିବ। ପରିଣୀତି ତାଙ୍କର ଅପକମିଂ ଫିଲ୍ମ ‘ନମସ୍ତେ ଲଣ୍ଡନ’ର ସୁଟିଂ ଶେଷ କରିବା ପରେ ଏହି ଗୀତର ଭିଡ଼ିଓ ସୁଟ୍‌ କରିବେ । ପରିଣୀତିଙ୍କର ଏହି ଗୀତ ହେଲା ‘ମୁଝେ ତୁମ୍‌ …’। ଏହା କୌଣସି ପୁରୁଣା ଗୀତର ରିକ୍ରିଏଟେଡ୍‌ ଭର୍ସନ ନୁହେଁ । ଏହାକୁ ଟି ସିରିଜ୍‌ ରିଲିଜ୍‌ କରିବ ବୋଲି ଜଣାଯାଇଛି ।


ଏହା ପୂର୍ବରୁ ପରିଣୀତି ଚୋପ୍ରା ‘ମାନା କି ହମ୍‌ ୟାର ନେହିଁ’ ଗୀତରେ ନିଜର ଭଏସ୍‌ ଦେଇଛନ୍ତି । ଏହା ‘ମେରି ପ୍ୟାରୀ ବିନ୍ଦୁ’ ଫିଲ୍ମ ପାଇଁ ସେ ଗାଇଥିଲେ । ଏହି ସିନେମାରେ ପରିଣୀତିଙ୍କୁ ଆୟୁଷ୍ମାନ୍‌ ଖୁରାନାଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲା ନାୟିକା ଭୂମିକାରେ ।
ସଂପ୍ରତି ପରିଣୀତି ଚୋପ୍ରା ତାଙ୍କର ନୂଆ ସିନେମା ‘ନମସ୍ତେ ଇଂଲାଣ୍ଡ୍‌’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏଥିରେ ଅର୍ଜୁନ କପୁରଙ୍କ ନାୟିକା ଭୂମିକାରେ ନଜର ଆସିବେ ସେ । ଏହା ଡିସେମ୍ବର ୭ ତାରିଖରେ ରିଲିଜ୍‌ ହେବ ବୋଲି ଜଣାଯାଇଛି ।

ସମ୍ବନ୍ଧିତ ଖବର