ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହାତ ଯୋଡ଼ି ନମସ୍କାର କରିବାରୁ ଟ୍ରୋଲ ହେଲେ ପରିଣୀତି

ମୁମ୍ବାଇ : ସୋସିଆଲ ମିଡିଆରେ କଳାକାରମାନଙ୍କୁ ବିଭିନ୍ନ କାରଣରୁ ଟ୍ରୋଲ କରାଯାଇଥାଏ। କେତେବେଳେ ପିନ୍ଧିଥିବା ପୋଷାକ ତ କେତେବେଳେ ସେମାନଙ୍କ ଫିଲ୍ମକୁ ନେଇ ସୋସିଆଲ ମିଡିଆରେ ଲୋକମାନେ ତାଙ୍କୁ ଟ୍ରୋଲ କରିଥାନ୍ତି । ଏବେ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ନଜରକୁ ଆସିଛନ୍ତି ପରିଣୀତି ଚୋପ୍ରା । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନମସ୍କାର କରି ସେ ଟ୍ରୋଲ ହୋଇଛନ୍ତି ।

ସୂଚନା ମୁତାବକ, ମୁମ୍ବାଇ ଯାଇ ପ୍ରଧାନମନ୍ତ୍ରୀ ମୋଦି ନ୍ୟାସ୍‌ନାଲ ସିନେମା ମ୍ୟୁଜିୟମର ଉଦ୍‌ଘାଟନ କରିଥିଲେ । ଏହି ଅବସରରରେ ବଲିଉଡ୍‌ର ଅନେକ ବଡ଼ ବଡ଼ କଳାକାର ସାମିଲ ହୋଇଥିଲେ । ଅଭିନେତ୍ରୀ ପରିଣୀତି ଚୋପ୍ରା ମଧ୍ୟ ଏହି ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଇଥିଲେ । ଏହି ଉତ୍ସବରେ ଯୋଗ ଦେଇ ପରିଣୀତି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ମୋଦିଙ୍କ ସହ ଏକ ଫଟୋ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଛାଡ଼ିଥିଲେ । କିନ୍ତୁ ତାଙ୍କୁ ଜଣା ନଥିଲା,ସେ ସେୟାର କରିଥିବା ଫଟୋ ପାଇଁ ତାଙ୍କୁ ଟ୍ରୋଲ ହେବାକୁ ପଡ଼ିବ ।

ପରିଣୀତିଙ୍କୁ ଦେଖିବା ପରେ ପ୍ରଧାନମନ୍ତ୍ରୀ ମୋଦି ହାତ ମିଳାଇବା ପାଇଁ ନିଜ ହାତ ଆଗକୁ କରିଥିବା ବେଳେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନମସ୍କାର କରିଥିଲେ । ଏହି ସମୟର ଫଟୋ ପରିଣୀତି ଛାଡ଼ି ଟ୍ରୋଲ ହୋଇଛନ୍ତି । କିଛି ଲୋକ ତୁମେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅସମ୍ମାନ କରିଛ ବୋଲି କହିଥିବା ବେଳେ କିଛି ଲୋକ ଏପରି କରି ଠିକ୍‌ କଲ ନାହିଁ ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର