କାଟ୍ରିନା କୈଫ୍‌ଙ୍କ ସଂପର୍କରେ କ’ଣ କହିଥିଲେ ପରିଣୀତି ଚୋପ୍ରା ?

ମୁମ୍ବାଇ: ଆଜି ହେଉଛି ବଲିଉଡର ହସକୁରୀ ନାୟିକା ପରିଣୀତି ଚୋପ୍ରାଙ୍କର ଜନ୍ମ ଦିନ। ୧୯୮୮ ମସିହାର ଆଜିର ତାରିଖରେ ହରିଆନାର ଅମ୍ବାଲା ସହରରେ ଏକ ପଞ୍ଜାବୀ ପରିବାରରେ ଜନ୍ମ ହୋଇଥିଲେ। ସେ ବଲିଉଡର ଖ୍ୟାତନାମା ନାୟିକା ପ୍ରିୟଙ୍କା ଚୋପ୍ରାଙ୍କର କଜିନ୍‌। ପରିଣୀତି ଚୋପ୍ରା ଏମ ବିଏ କରିବା ପରେ ୟଶରାଜ ଫିଲ୍ମସରେ ମ୍ୟାନେଜରଭାବେ ଚାକିରି କରୁଥିଲେ। ସେ ଏହି ବ୍ୟାନରର କେତେକ ସିନେମାର ପରିଚାଳନା କରିଥିଲେ। ଏଥି ମଧ୍ୟରେ ରହିଛି ଦିଲ ବୋଲେ ହଡିପ୍ପା,ବଦମାସ କଂପାନି,ରକେଟ୍‌ ସିଂହ-ସେଲସ ମ୍ୟାନ୍‌ ଅଫ୍‌ ଦ ଇୟର୍‌,ଲଫଙ୍ଗେ ପରିନ୍ଦେ ଏବଂ ବ୍ୟାଣ୍ଡ ବାଜା ବାରାତ୍‌ ଆଦି ସିନେମା।

photo-the indian express

ତେବେ ସେ ୟଶରାଜ ଫିଲ୍ମସ ବ୍ୟାନରରେ ନିର୍ମିତ ସିନେମା ଲେଡିଜ୍‌ ଭର୍ସେସ୍‌ ଭିକି ବହଲ ସିନେମାରୁ ନାୟିକାଭାବେ କ୍ୟାରିଅର୍‌ ଆରମ୍ଭ କରିଥିଲେ। ଏଥିରେ ରଣବୀର୍‌ ସିଂହ ଏବଂ ଅନୁଷ୍କା ଶର୍ମ ଥିଲେ ଲିହ ରୋଲରେ। ଏହା ହିଟ୍‌ ହୋଇଥିଲା। ଏହାପରେ ପରିଣୀତି ଚୋପ୍ରାଙ୍କୁ ଶୁଦ୍ଧ ଦେଶି ରୋମାନସ୍‌,ଇଶକଜାଦେ ଏବଂମେରି ପ୍ୟାରି ବିନ୍ଦୁ ଆଦି ସିନେମାରେ ଦେଖିବାକୁ ମିଳିଛି। ସେ କ୍ୟାରିଅରରେ ଆଗେଇବାକୁ ଚାହାଁନ୍ତି ।

ଏଥରର ଜନ୍ମ ଦିନ ତାଙ୍କ ପାଇଁ ଖୁବ୍‌ ଖାସ୍‌ କାରଣ ଅନେକ ଦିନପରେ ପରିଣୀତଙ୍କ ଏକ ସିନେମା ସୁପରହିଟ୍‌ ହୋଇଛି। ଏହା ହେଲା ‘ଗୋଲମାଲ ଏଗେନ୍‌’। ଏହି ସିନେମା ପ୍ରଥମ ଦିନ ୩୩ କୋଟିର ବ୍ୟବସାୟ କରିଥିବା ଜଣାଯାଇଛି। ଏଥିରେ ଅଜୟ ଦେବଗନ୍‌,ତବୁ ,ଅରସାଦ୍‌ ଓ୍ଵାରସୀ ଏବଂ ଶ୍ରେୟସ ତଲପଡ଼େ ପ୍ରମୁଖଙ୍କ ସହ ପରୀଣୀତି ଚୋପ୍ରା ଅଭିନୟ କରିଛନ୍ତି।

ତେବେ ଥରେ ସେ ବଲିଉଡର ନାମୀ ନାୟିକା କାଟ୍ରିନା କୈଫ୍‌ଙ୍କ ସଂପର୍କରେ କ’ଣ କହିଥିଲେ ତାହା ମନେ ପକାଉଛୁ।
କାଟ୍ରିନା କୈଫ୍‌ ଏବଂ ପରିଣୀତି ଚୋପ୍ରା ଦୁହେଁ ବଲିଉଡ ନାୟିକା । ତେବେ କାଟ୍ରିନା ଜଣେ ଆଗ ଧାଡ଼ିର ନାୟିକା । କିନ୍ତୁ ପରିଣୀତିଙ୍କୁ ସେଭଳି ସଫଳତା ମିଳିନାହିଁ । ନିକଟରେପରିଣୀତିଙ୍କ ଅଭିନୀତ ‘ମେରି ପ୍ୟାରି ବିନ୍ଦୁ’ ଫ୍ଲପ୍‌ ହୋଇଛି । କ’ଣ ଏଇଥିପାଇଁ ସେ କ୍ୟାଟଙ୍କୁ ଡରୁଛନ୍ତି? ନା ନା ସେମିତି କିଛି ନୁହେଁ । ପ୍ରକୃତରେ ପରିଣୀତି କାଟ୍ରିନା କୈଫଙ୍କ ସହ ଡ୍ରିମ୍‌ ଟୁର୍‌ରେ ଯାଇଥିଲେ । ସେହି ସମୟରେ କ୍ୟାଟ୍‌ ପରୀଙ୍କର ଖୁବ୍‌ ଯତ୍ନ ନେଉଥିଲେ ।

photo- bollywoodlife.com

ବିଶେଷ କରି ଯେଭଳି ତାଙ୍କ ଟିମ୍‌ର ସମସ୍ତେ କିଭଳି ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଖାଇବେ ଏବଂ ଠିକ୍‌ ସମୟରେ ବ୍ୟାୟାମ କରିବେ ଏଥିପ୍ରତି ସତର୍କ ଦୃଷ୍ଟି ଦେଉଥିଲେ । ପରିଣୀତି କାଟ୍ରିନାଙ୍କୁ ଜଣେ ଷ୍ଟ୍ରିକ୍ଟ୍‌ ଟିଚର୍‌ ବୋଲି ମଧ୍ୟ ଅଭିହିତ କରିବାକୁ ପଛାଉ ନାହାନ୍ତି । ଏହି ପ୍ରସଙ୍ଗରେ ପରୀ ଖୁବ୍‌ ଅଳସୁଆ ଏବଂ ଅସତର୍କ । ସ୍ୱାଦିଷ୍ଟ ଖାଦ୍ୟ ମିଳିଲେ ସେ ଫିଟନେସ୍‌ କଥା ଭୁଲି ଯାଆନ୍ତି । ଖାସ୍‌ ଏଇଥିପାଇଁ ସେ କାଟ୍ରିନାଙ୍କୁ ଡରୁଛନ୍ତି ବୋଲି ସ୍ୱୀକାର କରିଥିଲେ ପରିଣୀତି । ତେବେ ଯେତେବେଳେ ବି ସେ କାଟ୍ରିନାଙ୍କଠାରୁ କୌଣସି ହେଲଥ୍‌ ଟିପସ୍‌ ଚାହିଁଛନ୍ତି ତାହା ତାଙ୍କୁ ମିଳିଛି ବୋଲି ସେ କହିଥିଲେ ।

ସମ୍ବନ୍ଧିତ ଖବର