ମୁଁ ଦେଖିପାରୁନି, ସେଥିପାଇଁ ନିଜକୁ ଜଳାଇ ଦେଇଥିଲି

ମୁମ୍ବାଇ: ‘ମୁଁ ଦେଖିପାରେନାହିଁ, ସେଥିପାଇଁ ଭାବିଲି ବଞ୍ଚିକି କଣ କରିବି | ବାପାଙ୍କ ମୃତ୍ୟୁ ହୋଇଯିବା ପରେ ମତେ କିଏ ନେଇକି ଯିବ ଏହି କଥା ଭାବି ମୁଁ ନିଜକୁ ନିଆଁ ଲଗାଇଦେଇଥିଲି’ | ଜୀବନର କିଛି ଅକୁହା ଯନ୍ତ୍ରଣାକୁ କହିଛନ୍ତି ଅବିନାଶ | ସୋନି ଟିଭିରେ ପ୍ରସାରିତ ହେବାକୁ ଥିବା ଇଣ୍ଡିଆନ ଆଇଡ଼ଲର ଅଡିସନ ରାଉଣ୍ଡରେ ଜୀବନ ଦୋ ଛକିର କିଛି ଏଭଳି କାହାଣୀ କହିଛନ୍ତି ପ୍ରତିଯୋଗୀ |

ଅବିନାଶଙ୍କ କାହାଣୀ ଶୁଣି ଅଡିସନ ନେଉଥିବା ବିଚାରକମଣ୍ଡଳୀ ବି କାନ୍ଦି ପକାଇଥିଲେ | ଏହାପରେ ଅବିନାଶଙ୍କ ବାପାଙ୍କ ପାଖରୁ ଅବିନାଶଙ୍କ ସେଦିନର କାହାଣୀ ଶୁଣିବାକୁ ଚାହିଁଥିଲେ |

ଅବିନାଶଙ୍କ ବାପା କହିଥିଲେ ଯେ, ଯେଉଁ ଦିନ ଅବିନାଶ ଆତ୍ମହତ୍ୟା ଉଦ୍ୟମ କରିଥିଲେ ମୁଁ ପଚାରିଲି କାହିଁକି ଏମିତି କଲୁ ? ଅବିନାଶ ଉତ୍ତର ଦେଇଥିଲେ ଯେ ବାପା ମୁଁ ବଞ୍ଚିକି କଣ କରିବି, ମୁଁ ତ ଭିକ ମାଗିପାରିବିନି, ମୁଁ ଆପଣଙ୍କ ପାଇଁ ବୋଝ ହୋଇସାରିଛି | ଏହାପରେ ବିଚାରକ ଥିବା ସଂଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକ, ଵିଶାଲ ଦଦଲାନି ଓ କଣ୍ଠ ଶିଳ୍ପୀ ନେହା କକର ଏଭଳି ନ କରିବାକୁ ପରାମର୍ଶ ଦେଇଥିଲେ |

ସମ୍ବନ୍ଧିତ ଖବର