ସାମ୍ନାକୁ ଆସିଲା ସୁନୀଲ ଗ୍ରୋଭରଙ୍କ ଫିଲ୍ମ ‘ପଟାଖା’ର ଟ୍ରେଲର,ଭିନ୍ନ ଅନ୍ଦାଜରେ ନଜର ଆସିଲେ ସାନ୍ୟା, ରାଧିକା ଏବଂ ସୁନୀଲ,ଦେଖନ୍ତୁ ଭିଡ଼ିଓ

ମୁମ୍ବାଇ : କମେଡ଼ି ସୋ’ ‘କମେଡ଼ି ନାଇଟ୍‌ ଉଇଥ୍‌ କପିଲ’ ଜରିଆରେ ଅଧିକ ଲୋକପ୍ରିୟ ହେବା ସହ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ହାସ୍ୟ ଅଭିନେତା ସୁନୀଲ ଗ୍ରୋଭର । କପିଲଙ୍କ ସୋ’ ଛାଡ଼ିବା ପରେ ସେ ଅନ୍ୟ କିଛି ସୋ’ରେ ନଜର ଆସିଥିବା ବେଳେ ଏବେ ତାଙ୍କ ଫିଲ୍ମ ‘ପଟାଖା’ର ଟ୍ରେଲରରେ ସେ ନଜର ଆସିଛନ୍ତି । ଏଥିରେ ଥିବା ତାଙ୍କ ଲୁକ୍‌ ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଛି । ଟ୍ରେଲର ରିଲିଜ୍‌ ପରେ ଏହା ଖୁବ୍‌ ଲୋକପ୍ରିୟ ହେବାରେ ଲାଗିଛି । ଏହି ଫିଲ୍ମଟି ସେପ୍ଟେମ୍ବର ୨୮ରେ ରିଲିଜ୍‌ ହୋଇଥିବା ବେଳେ ଏହା ଏକ କମେଡ଼ି ଫିଲ୍ମ ବୋଲି ଜଣା ପଡ଼ିଛି ।

ଟ୍ରେଲର ଦେଖିବା ପରେ ଲୋକମାନେ ହସି ହସି ଗଡ଼ି ଯାଉଥିବା ବେଳେ ଫିଲ୍ମଟି ମଧ୍ୟ ବକ୍ସ ଅଫିସରେ ଭଲ ଆୟ କରିବ ବୋଲି ନିର୍ମାତା ଆଶା ରଖିଛନ୍ତି । ଏହି ଫିଲ୍ମର କାହାଣୀ ରାଜସ୍ଥାନରେ ରହୁଥିବା ଦୁଇ ଭଉଣୀଙ୍କ ଉପରେ ଚିତ୍ରଣ କରାଯାଇଛି । ଦୁଇ ଭଉଣୀଙ୍କ ଚରିତ୍ରରେ ନଜର ଆସିଛନ୍ତି ସାନ୍ୟା ମଲହୋତ୍ରା ଏବଂ ରାଧିକା ମଦନ । ଦୁଇ ଭଉଣୀ ଛୋଟ ବେଳୁ ଭାରତ ପାକିସ୍ଥାନ ଭଳି ଲଢ଼ୁଥିବା ବେଳେ ଦୁଇ ଜଣ ସାଥିରେ ରହି ପାରିବେ ନାହିଁ ବୋଲି ଭାବୁଛନ୍ତି । କିନ୍ତୁ ପରେ କିଛି ଅଲଗା ଘଟୁଛି, ଯାହା ସିନେମା ଘରକୁ ଯାଇ ଦର୍ଶକମାନେ ଦେଖିପାରିବେ ।

ସମ୍ବନ୍ଧିତ ଖବର