ଯୁବ ପ୍ରଯୋଜକ ଭାବେ ଅନୁଷ୍କା ଶର୍ମାଙ୍କୁ ମିଳିବ ଦାଦା ସାହେବ ଫାଲ୍‌କେ ସମ୍ମାନ

ମୁମ୍ବାଇ : ଅନୁଷ୍କାଙ୍କୁ ମିଳିବ ଦାଦା ସାହେବ ଫାଲ୍‌କେ ଏକ୍ସିଲେନ୍ସ ଆଓ୍ଵାର୍ଡ଼ ୨୦୧୮ । ଖୁବ୍‌ କମ ବୟସରେ ସେ ପ୍ରଯୋଜନା ଦାୟିତ୍ୱକୁ ଭଲ ଭାବରେ ତୁଲାଇ ପାରିଥିବାରୁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବା ବୋଲି ଜଣା ପଡ଼ିଛି । ୨୫ ବର୍ଷ ବଯସରେ ସେ ନିଜ ପ୍ରଯୋଜନା ସଂସ୍ଥା କରିବା ଆରମ୍ଭ କରିଥିବା ବେଳେ ଏବେ ସେଥିରେ ସେ ସଫଳ ହୋଇଛନ୍ତି । ପ୍ରଥମେ ସେ ଫିଲ୍ମ ଏନ୍‌ଏଚ୍‌୧୦ରୁ ନିଜର ପ୍ରଯୋଜନା ଆରମ୍ଭ କରିଥିଲେ ଏବଂ ଏଥିରେ ତାଙ୍କ ସାଥ୍‌ ଦେଇଥିଲେ ତାଙ୍କ ଭାଇ କର୍‌ନେସ୍‌ ଶର୍ମା ।

GyanWaleBaba

ଏହି ଫିଲ୍ମରେ ଅନୁଷ୍କା ପ୍ରଯୋଜକ ଥିବା ସହ ଅଭିନୟ ମଧ୍ୟ କରିଥିଲେ । ଏତେ କମ ବୟସରେ ଭଲ କାହାଣୀ ଥିବା ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିବାରୁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିବା ପାଇଁ ଦାଦା ସାହେବ ଫାଲ୍‌କେ ସଂଗଠନ ନିଷ୍ପତ୍ତି ନେଇଥିବା ଜଣା ପଡ଼ିଛି । ଏବେ ଏବେ ବିବାହ କରିଥିବା ଅନୁଷ୍କା ନିଜ ପ୍ରଡ଼କ୍ସନ ସଂସ୍ଥା ଦ୍ୱାରା ଏ ପର୍ଯ୍ୟନ୍ତ ୩ଟି ଫିଲ୍ମ କରି ସାରିଛନ୍ତି । ପ୍ରଥମଟି ‘ଏନ୍‌ଏଚ୍‌୧୦’ ଥିବା ବେଳେ ଦ୍ୱିତୀୟରେ ‘ଫିଲୋରୀ’ ଏବଂ ତୃତୀୟରେ ରହିଛି ଏବେ ରିଲିଜ ହୋଇଥିବା ଫିଲ୍ମ ‘ପରୀ’ । ୩ଟି ଫିଲ୍ମରେ ଅଲଗା ଅଲଗା କାହାଣୀ ଥିବା ବେଳେ ତାହା ବକ୍ସ ଅଫିସରେ ଭଲ ସଫଳତା ମଧ୍ୟ ହାସଲ କରିଥିଲା ।

ସମ୍ବନ୍ଧିତ ଖବର