ଧର୍ମ ପରିବର୍ତ୍ତନ କରିଥିବା ଅଭିଯୋଗ କରି ନିଜର ଅସଲ ପରିଚୟ ଦେଇ ନିର୍ବାଚନ ଲଢ଼ିବାକୁ ଉର୍ମିଲା ମାତୋଣ୍ଡକରଙ୍କୁ ପରାମର୍ଶ ଦେଲେ ପାୟଲ ରୋହ୍‌ତଗୀ, ଭାଇରାଲ ହେଲା ଭିଡିଓ

ମୁମ୍ବାଇ : ଏଇ କିଛି ଦିନ ହେବ ଅନ୍ୟ ଅଭିନେତ୍ରୀ ବା କୌଣସି ବିଷୟକୁ ନେଇ ନିଜର ମତ ରଖି ଚର୍ଚ୍ଚାରେ ରହିଛନ୍ତି ମଡେଲ ତଥା ଅଭିନେତ୍ରୀ ପାୟଲ ରୋହ୍‌ତଗୀ । ଗତକାଲି ସେ ଅଭିନେତ୍ରୀ ଗୌହର ଖାନ୍‌ଙ୍କ ସହ ବିତର୍କ କରିଥିବା ବେଳେ ଆଜି ସେ ଉର୍ମିଳା ମାତୋଣ୍ଡକରଙ୍କ ପାଇଁ ଏକ ଭିଡିଓ ଜାରି କରିଛନ୍ତି । ତାଙ୍କ ଅଭିଯୋଗ ଅନୁଯାୟୀ, ଉର୍ମିଲା ନିଜର ଅସଲ ପରିଚୟ ନ ଦେଇ ରାଜନୀତି ଆରମ୍ଭ କରିବାକୁ ଯାଉଛନ୍ତି । ମୁଁ ଚାହୁଁଛି, ସେ ନିଜର ଧର୍ମ ପରିବର୍ତ୍ତନ କଥା ସମସ୍ତଙ୍କୁ ଜଣାଇବା ସହ ନିଜର ଅସଲ ନାଁ ସମସ୍ତଙ୍କୁ ଜଣାନ୍ତୁ ।

ଭିଡିଓରେ ପାୟଲ୍ କହିଛନ୍ତି, ଯଦି ତୁମେ ସତ୍ୟର ରାସ୍ତାରେ ଯାଇ ନିର୍ବାଚନ ଲଢ଼ିବ, ତେବେ ମୁଁ ତୁମକୁ ସାହାସୀ ବୋଲି ମାନିନେବି । କିଛି ଦିନ ତଳେ ଉର୍ମିଳା ମୁସ୍‌ଲିମ୍‌ ଧର୍ମ ଆପଣାଇବା ସହ ନିଜ ନାଁ ବଦଳାଇ ବିବାହ କରିଥିଲେ । କିନ୍ତୁ ଏବେ ସେ ନିଜର ବଦଳାଇଥିବା ନାଁକୁ ବ୍ୟବହାର ନ କରି ପୁରୁଣା ନାଁରେ ନିର୍ବାଚନ ଲଢ଼ୁଛନ୍ତି । ରାଜନୀତିର ଆରମ୍ଭ ମିଛରୁ କରିବି ନାହିଁ ବୋଲି କହି ମଧ୍ୟ ସେ ନିଜର ଅସଲ ପରିଚୟ ଲୁଚାଉଛନ୍ତି । ନିଜର ଅସଲ ନାଁ ସମସ୍ତଙ୍କୁ ଜଣାନ୍ତୁ ଏବଂ ଦୟାକରି ହିନ୍ଦୁ ନାଁରେ ନିର୍ବାଚନ ଲଢ଼ନ୍ତୁ ନାହିଁ ବୋଲି କହିଛନ୍ତି ପାୟଲ । ଏହା ସହ ଉର୍ମିଲା ନିଜର ନାଁ ବଦଳାଇ ମରିୟମ୍‌ ଅଖ୍‌ତର ମୀର କରିଥିବା ମଧ୍ୟ ସ୍ପଷ୍ଟ ବାକ୍ୟରେ ଜଣାଇଛନ୍ତି ପାୟଲ ।

ସମ୍ବନ୍ଧିତ ଖବର