ଏହି କାରଣ ପାଇଁ ପିଏମ୍‌ ମୋଦୀ ଫିଲ୍ମ କରିବାକୁ ରାଜି ହୋଇଥିଲେ ବିବେକ ଓବରଏ

ମୁମ୍ବାଇ : ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜୀବନୀକୁ ନେଇ ବଲିଉଡ୍‌ରେ ବାୟୋପିକ୍‌ ନିର୍ମାଣ ହୋଇ ସାରିଥିବା ବେଳେ ତାହା ରିଲିଜ୍‌ ଅପେକ୍ଷାରେ ରହିଛି। ଏପ୍ରିଲ ୫ରେ ଫିଲ୍ମଟି ରିଲିଜ୍‌ ହେବ ବୋଲି ଘୋଷଣା କରାଯାଇଥିବା ବେଳେ ତାରିଖ ଘୋଷଣା ପରେ ପରେ ଫିଲ୍ମକୁ ନେଇ ଅନେକ ବିବାଦ ଦେଖା ଯାଇଥିଲା । ଏମିତି କି ବିରୋଧି ଦଳ ଏହାକୁ ନିର୍ବାଚନର ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ବୋଲି କହି ରିଲିଜ୍‌କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ମୁମ୍ବାଇ ହାଇକୋର୍ଟରେ ରିଲିଜ୍‌ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ପିଟିସନ୍‌ ଦାୟର କରାଯାଇଥିବା ବେଳେ ଶୁଣାଣି କରି ହାଇକୋର୍ଟ ଫିଲ୍ମ ରିଲିଜ୍‌କୁ ଅନୁମତି ଦେଇଥିଲେ । ତେବେ ଫିଲ୍ମଟି ବିବାଦୀୟ ହେବ ବୋଲି ଜାଣି ବି କ’ଣ ପାଇଁ ଫିଲ୍ମରେ ମୋଦୀଙ୍କ ଚରିତ୍ରରେ ଆସିବାକୁ ଚାହିଁଲ ବୋଲି ପ୍ରଶ୍ନ କରାଯିବା ପରେ ନିଜର ଉତ୍ତର ରଖିଛନ୍ତି ଅଭିନେତା ବିବେକ ଓବରଏ ।

bhaskar.com

ସାକ୍ଷାତକାରରେ ନିଜର ଉତ୍ତର ରଖି ସେ କହିଛନ୍ତି, ଏହା ଏକ ଚା’ ବିକାଳିର କାହାଣୀ, ଯିଏ ପରବର୍ତ୍ତୀ ମୁହୂର୍ତ୍ତରେ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ । ଏହା ଏକ ଏଭଳି ପ୍ରେରଣାଦାୟକ ଫିଲ୍ମ, ଯାହା ବିଷୟରେ ସମସ୍ତେ ଜାଣିବା ଦରକାର । ମୁଁ ଏହି ଫିଲ୍ମ କରିବାକୁ ରାଜି ହୋଇଥିଲି, କାରଣ ମୋଦୀଙ୍କ କାହାଣୀ ମୋତେ ଅନୁପ୍ରାଣିତ କରିଥିଲା ବୋଲି କହିଥିଲେ ବିବେକ ଓବରଏ ।

ସମ୍ବନ୍ଧିତ ଖବର