ବଲିଉଡ୍‌ କଳାକାରମାନଙ୍କୁ ନିନ୍ଦା କଲେ ବିବେକ ଓବରଏ, କହିଲେ; ମୋଦୀଙ୍କ ସହ ସେଲ୍‌ଫି ନେଇ ପୋଷ୍ଟ କରୁଛନ୍ତି, କିନ୍ତୁ ସେହି ବ୍ୟକ୍ତିଙ୍କ ବାୟୋପିକ୍‌କୁ ସମର୍ଥନ କରୁ ନାହାନ୍ତି

ମୁମ୍ବାଇ : ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାୟୋପିକ୍‌କୁ ନେଇ ଅନେକ ତର୍କ ବିତର୍କ ଲାଗି ରହିଥିବା ବେଳେ ଏବେ ନିଜର ପ୍ରତିକ୍ରିୟା ରଖିଛନ୍ତି ବିବେକ ଓବରଏ । ବଲିଉଡ୍‌ କଳାକାରମାନେ ଫିଲ୍ମକୁ ନେଇ କୌଣସି ସମର୍ଥନ କରୁ ନଥିବା ନେଇ ସେମାନଙ୍କୁ ନିନ୍ଦା କରିଛନ୍ତି ବିବେକ ।

Zee News

ସୂଚନା ମୁତାବକ, କିଛି ମାସ ତଳେ ପ୍ରଧାନମନ୍ତ୍ରୀ ମୋଦୀ ବଲିଉଡ୍‌ର କିଛି କଳାକାରମାନଙ୍କ ସହ ସାକ୍ଷାତ କରି ଫିଲ୍ମ ସହ ଜଡ଼ିତ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ଏ ସମୟରେ କଳାକାରମାନେ ମୋଦୀଜୀଙ୍କ ସହ ସେଲ୍‌ଫି ନେଇ ନିଜ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଥିବା ଦେଖା ଯାଇଥିଲା । ଏବେ ସେହି ପୁରୁଣା କଥାକୁ ମନେ ପକାଇ ବଲିଉଡ୍‌ କଳାକାରମାନଙ୍କୁ ନିନ୍ଦା କରିଛନ୍ତି ବିବେକ । “ଦେଶର ପ୍ରଧାନମନ୍ତ୍ରୀଙ୍କ ସହ ସେଲ୍‌ଫି ନେଇ ପୋଷ୍ଟ କରିବା ସହଜ । କିନ୍ତୁ ସେହି ବ୍ୟାକ୍ତିଙ୍କ ବାୟୋପିକ୍‌ ରିଲିଜ୍‌କୁ ନେଇ ଏବେ ବାଧା ଆସୁଥିବା ବେଳେ କେହି ସେ ନେଇ ନିଜର ସ୍ୱର ଉଠାଉ ନାହାନ୍ତି । ସମର୍ଥନ କରିବା ତ ଦୂରର କଥା, କେହି ଏ ବିଷୟରେ କଥା ହେବାକୁ ମଧ୍ୟ ଚାହୁଁ ନାହାନ୍ତି” ବୋଲି ସାକ୍ଷାତକାରରେ ଯୋଗ ଦେଇ କହିଛନ୍ତି ବିବେକ ଓବରଏ ।

ସମ୍ବନ୍ଧିତ ଖବର