ମୋଦି ବାୟୋପିକ୍‌କୁ ମିଳିଲା ‘ୟୁ’ ସାର୍ଟିଫିକେଟ, ୧୧ ଏପ୍ରିଲକୁ ହେବ ରିଲିଜ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନ କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ପିଏମ୍‌ ନରେନ୍ଦ୍ର ମୋଦି’କୁ ସେନ୍‌ସର ‘ୟୁ’ ସାର୍ଟିଫିକେଟ ଦେଇ ଦେଇଛି। ୨ଘଣ୍ଟା ୧୦ ମିନିଟ୍‌ ଓ ୫୩ ସେକେଣ୍ଡର ଏହି ସିନେମା ପ୍ରୋକ୍ଷାଳୟରେ ଏପ୍ରିଲ ୧୧ରେ ରିଲିଜ ହେବ। ସିବିଏଫ୍‌ସିରୁ ଏବେ ଏହି ସିନେମାକୁ କ୍ଲିନ୍‌ ଚିଟ୍‌ ମିଳି ସାରିଛି। ସୁପ୍ରିମକୋର୍ଟ କୋର୍ଟ ବି ଏହି ସିନେମା ପାଇଁ ସବୁଜ ସଙ୍କେତ ଦେଇ ଦେଇଛି।

ମୋଦି ବାୟୋପିକ୍‌କୁ ନେଇ କଂଗ୍ରେସ ଆରମ୍ଭରୁ ହିଁ ବିରୋଧ କରୁଛି। ବିରୋଧୀଙ୍କ ଅଭିଯୋଗ ହେଉଛି କି ସିନେମା ଆଚରଣ ବିଧିର ଉଲଙ୍ଘନ କରିଛି ଓ ନିର୍ବାଚନ ପୂର୍ବରୁ ଏହି ସିନେମା ରିଲିଜ କରିବା ଦ୍ୱାରା ଭୋଟର୍ସ ଭାଜପା ଆଡକୁ ଆକର୍ଷିତ ହେବେ। କଣ୍ଟେଣ୍ଟକୁ ନେଇ ବିବାଦ ହେତୁ ସିନେମା ରିଲିଜ ଉପରେ ଅଙ୍କୁଶ ଲଗାଇବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ମଙ୍ଗଳବାର ଶୁଣାଣି ସମୟରେ ସୁପ୍ରିକ କୋର୍ଟରେ ରିଲିଜ ଉପରେ ଅଙ୍କୁଶ ଲଗାଇବା ଆବେଦନକୁ ଖାରଜ କରି ଦିଆଯାଇଛି।

Zee News

ନରେନ୍ଦ୍ର ମୋଦିଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ଅଭିନେତା ବିବେକ ଓବରାୟଯ ବିବେକ ଅବିକଳ ମୋଦିଙ୍କ ପରି ଦିଶୁଛନ୍ତିଯ ଏହି ଚଳଚ୍ଚିତ୍ରର ପଞ୍ଚଲାଇନ୍‌ ରହିଛି ‘ଦେଶ ଭକ୍ତି ହି ମେରି ଶକ୍ତି’। ଏହି ଚଳଚ୍ଚିତ୍ରର ପୋଷ୍ଟର ୨୨ଟି ଭାଷାରେ ଲଞ୍ଚ କରାଯାଇଛି। ଆଶା କରାଯାଉଛି ଯେ ୨୦୧୯ ନିର୍ବାଚନ ପୂର୍ବରୁ ଏହି ଚଳଚ୍ଚିତ୍ର ମୋଦିଙ୍କ ପାଇଁ ମାଷ୍ଟର୍‌ ଷ୍ଟ୍ରୋକ୍‌ ସାବ୍ୟସ୍ତ ହୋଇପାରେ।

ସମ୍ବନ୍ଧିତ ଖବର