ୟୁଟ୍ୟୁବ୍‌ରୁ ଉଭାନ ହୋଇଗଲା ପିଏମ୍‌ ନରେନ୍ଦ୍ର ମୋଦୀ ବାୟୋପିକ୍‌ ଟ୍ରେଲର

ମୁମ୍ବାଇ : କିଛି ଦିନ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ୍‌କୁ ନେଇ ବିବାଦ ଲାଗି ରହିଥିବା ବେଳେ ଏହାର ରିଲିଜ୍‌କୁ ନେଇ ଦ୍ୱନ୍ଦ୍ବ ସୃଷ୍ଟି ହୋଇଛି । ପ୍ରଥମେ ଏପ୍ରିଲ ୫ ଏବଂ ପରେ ଏପ୍ରିଲ ୧୧ରେ ଫିଲ୍ମଟି ରିଲିଜ୍‌ ହେବାକୁ ଥିବା ବେଳେ ଏବେ ଫିଲ୍ମକୁ ରିଲିଜ୍‌ କରାଯାଇ ପାରିବ ନାହିଁ ବୋଲି କହିଥିଲେ ନିର୍ବାଚନ କମିସନ । ଏହା ପରେ ଫିଲ୍ମର ନିର୍ମାତା ସୁପ୍ରିମ କୋର୍ଟରେ ପୁନଃ ଆବେଦନ କରିବା ପରେ ଫିଲ୍ମର ଟ୍ରେଲର ଦେଖିଥିଲେ ସୁପ୍ରିମ କୋର୍ଟ । ଫିଲ୍ମ ଦେଖିବା ପରେ ସୁପ୍ରିମ କୋର୍ଟ ନିର୍ବାଚନ କମିସନକୁ ପ୍ରଥମେ ଫିଲ୍ମ ଦେଖି ପରେ ନିଷ୍ପତ୍ତି ନେବା ପାଇଁ କହିଥିଲେ। ତେବେ ଏତେ ସବୁ ବିବାଦ ମଧ୍ୟରେ ଆଉ ଏକ ଆଶ୍ଚର୍ଯ୍ୟ କଲା ଭଳି ଖବର ସାମ୍ନାକୁ ଆସିଛି ।

indiatoday.in

ୟୁଟ୍ୟୁବ୍‌ରୁ ମୋଦୀଙ୍କ ବାୟୋପିକ୍‌ର ଅଫିସିଆଲ ଟ୍ରେଲର ହଠାତ୍‌ ଉଭାନ ହୋଇ ଯାଇଥିବା ଦେଖାଯାଇଛି । ୟୁଟ୍ୟବ୍‌ରେ ପିଏମ୍‌ ନରେନ୍ଦ୍ର ମୋଦୀ ବାୟୋପିକ୍‌ ଟ୍ରେଲର ଲେଖି ସର୍ଚ୍ଚ କରିବା ପରେ ଭିଡିଓଟି ନାହିଁ ବୋଲି ଲେଖୁଥିବା ଦେଖା ଯାଇଛି । ଏହା ସହ ପିଏମ୍‌ ନରେନ୍ଦ୍ର ମୋଦୀ ବାୟୋପିକ୍‌ େଓ୍ଵବ୍‌ ସିରିଜ୍‌ର ଏପିସୋଡ୍‌ ନଜର ଆସୁଛି । ନିର୍ବାଚନ କମିସନ ଫିଲ୍ମ ଉପରେ ରୋକ୍‌ ଲଗାଇବା ପରେ ଟ୍ରେଲରକୁ ହଟାଇ ଦିଆଯାଇଥିବା ଆଶଙ୍କା କରାଯାଉଛି ।

indiatoday.in
ସମ୍ବନ୍ଧିତ ଖବର