ଫିଲ୍ମର ସ୍କ୍ରିନିଙ୍ଗ ସମୟରେ ବିବେକ ଓବରଏ ଖୋଲିଲେ ଦୋକାନ, ବାଣ୍ଟିଲେ ଚା’

ମୁମ୍ବାଇ : ଶୁକ୍ରବାର ଅଟକି ରହିଥିବା ଫିଲ୍ମ ‘ପିଏମ୍‌ ନରେନ୍ଦ୍ର ମୋଦୀ’ ରିଲିଜ୍‌ ହୋଇଛି । ଫିଲ୍ମ ରିଲିଜ୍‌ ପରେ ଏହାକୁ ଦର୍ଶକଙ୍କ ମିଶ୍ର ପ୍ରତିକ୍ରିୟା ମିଳୁଥିବା ଦେଖା ଯାଇଛି । ତେବେ ରିଲିଜ୍‌ ପୂର୍ବ ଦିନ ଗୁରୁବାର ମୁମ୍ବାଇର ପିଭିଆର୍‌ ସିନେମାରେ ଏହାର ସ୍କ୍ରିନିଙ୍ଗ ରଖା ଯାଇଥିଲା, ଫିଲ୍ମ ଦେଖିବାକୁ  ଅନେକ ବଲିଉଡ୍‌ କଳାକାର ଆସି ପହଞ୍ଚିଥିଲେ । ତେବେ ଫିଲ୍ମରେ ମୋଦୀଜୀଙ୍କ ଚରିତ୍ର ନଜର ଆସିଥିବା ଅଭିନେତା ବିବେକ ଓବରଏ ଭିନ୍ନ ଅନ୍ଦାଜରେ ଲୋକଙ୍କୁ ସ୍ୱାଗତ କରିଥିଲେ । ସ୍କ୍ରିନିଙ୍ଗ ପାଇଁ ଆସିଥିବା ଲୋକଙ୍କୁ ନିଜ ହାତରେ ଚା’ ବାଣ୍ଟିଥିଲେ ଅଭିନେତା ବିବେକ । ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଚା’ ବିକି ନିଜ ଜୀବନର ଯାତ୍ରା ଆରମ୍ଭ କରିଥିବାରୁ ବିବେକ ଏଭଳି କରିଥିବା ଜଣାପଡ଼ିଛି ।

bhaskar.com

ଫିଲ୍ମ ସ୍କ୍ରିନିଙ୍ଗରେ, ଫିଲ୍ମର ପ୍ରଯୋଜକ ସୁରେଶ ଓବରଏ, ସନ୍ଦୀପ ସିଂହ, ଆନନ୍ଦ ପଣ୍ଡିତ, ନିର୍ଦ୍ଦେଶକ ଓମଙ୍ଗ ଓବରଏ ଏବଂ କଳାକାର, ବରଖା ସେନଗୁପ୍ତା, ଜରୀନା ଓ୍ୱାହାବ, ମନୋଜ ଯୋଶୀ ଏବଂ କିଶୋର ସାହାଣେଙ୍କୁ ଦେଖା ଯାଇଥିଲା ।

ସମ୍ବନ୍ଧିତ ଖବର