ଋଷି କପୁରଙ୍କ ଟୁଇଟ୍; ଯଦି ଅଣନିଶ୍ୱାସୀ ଲାଗୁଛି, ହୃଦ୍ ସ୍ପନ୍ଦନ ବଢ଼ି ଯାଉଛି ଏବଂ ଆଖିରେ ପାଣି ଆସୁଛି, ତେବେ ଆପଣ…
ମୁମ୍ବାଇ : ଏବେ ଦେଶର ହୃଦୟ ବୋଲି କୁହାଯାଉଥିବା ଦିଲ୍ଲୀର ପରିସ୍ଥିତି ସମସ୍ତଙ୍କୁ ଚିନ୍ତାରେ ପକାଇଛି । ପ୍ରଦୂଷଣ ଏତେ ମାତ୍ରରେ ବଢ଼ି ଯାଇଛି ଯେ, ଅନେକ ସ୍ଥାନରେ ଲୋକେ ଘରୁ ବାହାରୁ ନାହାନ୍ତି । ଲୋକଙ୍କର ନିଶ୍ୱାସ ନେବାରେ ସମସ୍ୟା ହେବା ସହ ହୃଦୟର ସ୍ପନ୍ଦନ ବଢ଼ି ଯାଉଥିବା ଦେଖାଯାଉଛି । ଦେଶର ସରକାର ଏ ନେଇ ଚିନ୍ତାରେ ଥିବା ବେଳେ ଏହାକୁ ନିୟନ୍ତ୍ରଣ କିଭଳି କରାଯିବ, ସେ ନେଇ ଆଲୋଚନା ଜାରି ରହିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୋମବାର ସକାଳ ୭ଟାରେ ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ ୭୦୮ରେକର୍ଡ କରାଯାଇଥିବା ବେଳେ ଜବୀରପୁରରେ ୯୧୯, ଆନନ୍ଦ ବିହାରରେ ୯୨୪, ନୋଏଡା ସେକ୍ଟର-୬୧ରେ ୭୫୧, ବସୁନ୍ଧରାରେ ୬୯୬ରେକର୍ଡ କରାଯାଇଛି । ଦିଲ୍ଲୀର ଏଭଳି ପରିସ୍ଥିତି ଦେଖି ବଲିଉଡ୍ ଅଭିନେତା ଋଷି କପୁର ଟୁଇଟ୍ କରି ନିଜର ପ୍ରତିକ୍ରିୟା ରଖିଛନ୍ତି ।
True that! pic.twitter.com/IjflixScMh
— Rishi Kapoor (@chintskap) November 3, 2019
ଟୁଇଟ୍ରେ ଏକ ଫଟୋ ପୋଷ୍ଟ କରାଯାଇଛି । ଯେଉଁଥିରେ ଲେଖାଯାଇଛି କି, ଯଦି ଆପଣ ଅଣନିଶ୍ୱାସୀ ଭଳି ଅନୁଭବ କରୁଛନ୍ତି, ହୃଦୟର ସ୍ପନ୍ଦନ ବଢ଼ିଯାଉଛି ଓ ଆଖିରେ ପାଣି ଆସୁଛି, ତେବେ ଆପଣ ପ୍ରେମରେ ଅଛନ୍ତି ନହେଲେ ଦିଲ୍ଲୀରେ ଅଛନ୍ତି । ଋଷିଙ୍କ ଏଭଳି ଟୁଇଟ୍ ଦେଖି ଲୋକେ ତାଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି ।