ମୁମ୍ବାଇ: ଅଭିନେତ୍ରୀ ପୂଜା ବାତ୍ରା ତାଙ୍କ ପ୍ରେମିକ ନଓ୍ଵାବ ଶାହାଙ୍କୁ ଗୁପ୍ତ ଭାବେ ବିବାହ କରିଛନ୍ତି ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛିି। ନଓ୍ଵାବ ଶାହା ତାଙ୍କ ଇନ୍ଷ୍ଟାଗ୍ରାମ୍ ପୋଷ୍ଟ୍ରେ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ବାସ୍ ଦୁଇଟି ହାତ ଦିଶୁଛି। ଗୋଟିଏ ତାଙ୍କର ଓ ଅନ୍ୟଟି ତାଙ୍କ ପ୍ରେମିକା ପୂଜାଙ୍କର। ନଓ୍ଵାବ ଏକ ଆଙ୍ଗୁଟିରେ ମୁଦି ପିନ୍ଧିଛନ୍ତି। ପୂଜା ହାତରେ ବିବାହ ଚୁଡ଼ା ପିନ୍ଧିଥିବାର ନଜର ଆସିଛନ୍ତି। ସେଥିରେ ନଓ୍ଵାବ ଲେଖିଛନ୍ତି ‘ଏକ କାହାଣୀ, ଯାହାକୁ ଆପଣ ଚଳଚ୍ଚିତ୍ର କରିପାରିବେ।’ ଏହି ଭିଡିଓଟି ଦେଖିବା ପରେ ସେ ଦୁହେଁ ଯେ ବିବାହ କରିଛନ୍ତି ବୋଲି ପ୍ରାୟତଃ ସମସ୍ତେ ନିଶ୍ଚିତ ହୋଇ ଯାଇଛନ୍ତି।
ନଓ୍ଵାବଙ୍କର ଏହି ଭିଡିଓ ଦେଖି ତାଙ୍କ ପ୍ରଶଂସକମାନେ ଅଭିନନ୍ଦନ ଜଣାଇବା ସହ ଦୁହେଁ ସୁନ୍ଦର ମୁଦି ପିନ୍ଧିଛନ୍ତି ବୋଲି ଲେଖିଥିବାର ଦେଖିବାକୁ ମିଳିଛି।
ଚଳିତବର୍ଷ ଜୁନ୍ ମାସରେ ଏହି ଯୋଡ଼ି ସେମାନଙ୍କ ପ୍ରେମ ସଂପର୍କକୁ ଖୋଲାଖୋଲି ଭାବେ ସଭିଙ୍କୁ କହିବାର ସାହସ କରିଥିଲେ। ପୂଜା ବାତ୍ରା ତାଙ୍କ ଇନ୍ଷ୍ଟାରେ ଏକ ଫଟୋ ସେୟାର୍ କରିଥିଲେ। ଯେଉଁଥିଲେ ଦୁହେଁ ଦୁହିଁଙ୍କ ହାତ ଧରାଧରି ହୋଇଥିବାର ନଜର ଆସିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/c9c45eca-a45e-11e9-85f3-0f8400bbe260.jpg)