ହିରାନୀଙ୍କ ଉପରେ ଅସଦାଚରଣର ଅଭିଯୋଗ ଲାଗିବା ପରେ ପୂଜା ଭଟ୍ଟଙ୍କ ବୟାନ: ଇଣ୍ଡଷ୍ଟ୍ରିରେ କାଷ୍ଟିଙ୍ଗ କାଉଚ୍‌ ହେଉଛି , ମୁଁ ଏଥିପାଇଁ ବଞ୍ଚିଗଲି କାରଣ…

ମୁମ୍ବାଇ : ମୁନ୍ନା ଭାଇ ଏମ୍‌ବିବିଏସ୍‌ ଏବଂ ସଞ୍ଜୁ ଭଳି ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ରାଜକୁମାର ହିରାନୀଙ୍କ ଉପରେ ତାଙ୍କର ଜଣେ ସହଯୋଗୀ ଅସଦାଚରଣର ଅଭିଯୋଗ ଆଣିବା ପରେ ପୂରା ବଲିଉଡ୍‌ ଏବେ ଦ୍ୱନ୍ଦ୍ୱରେ ପଡ଼ି ଯାଇଛି । କିଛି ଲୋକଙ୍କ ପାଇଁ ଏହାକୁ ବିଶ୍ୱାସ କରିବା କଷ୍ଟକର କହୁ ଥିବା ବେଳେ ଏବେ ପୂଜା ଭଟ୍ଟ ଏ ନେଇ ନିଜର ବୟାନ ଦେଇଛନ୍ତି ।

indianexpress.com

ପୂଜାଙ୍କ କହିବା ଅନୁଯାୟୀ,”ସୋସିଆଲ ମିଡିଆରେ ନିଜ ସହ ହେଉଥିବା ଶୋଷଣର କଥା ଲେଖିବା ଦ୍ୱାରା କିଛି ପରିବର୍ତ୍ତନ ହେବ ନାହିଁ ବି ଦୋଷୀକୁ ଦଣ୍ଡ ମିଳିବ ନାହିଁ । ଏଭଳି କିଛି କରିବା ଅପେକ୍ଷା ପ୍ରଥମେ ଯାଇ ଆପଣଙ୍କ ସହ ଅସଦାଚରଣ କରିଥିବା ଲୋକ ବିରୋଧରେ ପୁଲିସରେ ଅଭିଯୋଗ କରନ୍ତୁ । ଏହା ପରେ ଯାଇ ଆପଣଙ୍କୁ ନ୍ୟାୟ ମିଳି ପାରିବ । ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ସୋସିଆଲ ମିଡିଆରେ ଲେଖିବା ଦ୍ୱାରା ଆପଣଙ୍କୁ ନ୍ୟାୟ ମିଳି ପାରିବ ନାହିଁ । ବଲିଉଡ୍‌ରେ ଅନେକ ଥର କାଷ୍ଟିଙ୍ଗ କାଉଚ୍‌କୁ ନେଇ କଥା ଉଠେ । ଏହା ସତ କି ଇଣ୍ଡଷ୍ଟ୍ରିରେ ସବୁଠି କାଷ୍ଟିଙ୍ଗ କାଉଚ୍‌ ରହିଛି । ମୁଁ ଏଥିରୁ ବର୍ତ୍ତି ଯାଇଛି କାରଣ, ମୋ ସହ କାମ କରୁଥିବା ୯୦ ପ୍ରତିଶତ ଲୋକଙ୍କ ସହ ମୁଁ ଛୋଟ ବେଳୁ କାମ କରି ଆସିଛି । ମୁଁ କେବେ ହେଲେ ବାହାରେ ଯାଇ କାମ କରି ନାହିଁ । ଯେଉଁଠି ପାଓ୍ଵାର ରହିଛି,ସେଠାରେ କାଷ୍ଟିଙ୍ଗ କାଉଚ୍‌ ଭଳି ଜିନିଷ ଅଧିକ ଦେଖିବାକୁ ମିଳିଥାଏ” ବୋଲି ପୂଜା ମତ ରଖିଥିଲେ ।

ସମ୍ବନ୍ଧିତ ଖବର