୩୦୦ରୁ ଅଧିକ ପର୍ଣ୍ଣ ଫିଲ୍ମରେ କାମ କରିଥିବା ଏହି ଅଭିନେତ୍ରୀ ଏବେ ଚର୍ଚ୍ଚରେ ପାଦ୍ରୀ ଭାବେ କରୁଛନ୍ତି ଧର୍ମକର୍ମ

ନୂଆଦିଲ୍ଲୀ : କାଲିଫର୍ଣ୍ଣିଆରେ ରହୁଥିବା ଜଣେ ପର୍ଣ୍ଣଷ୍ଟାର ଏବେ ପାଲଟିଛନ୍ତି ଧର୍ମ ପ୍ରଚାରକ । ପର୍ଣ୍ଣଷ୍ଟାର ବ୍ରିଟେନି ଦେ ଲା ମୋରାଙ୍କ ଜୀବନ ୬ ବର୍ଷ ପୂର୍ବେ କିଛି ଅଲଗା ଥିବା ବେଳେ ଏବେ ସେ ଏକ ଚର୍ଚ୍ଚରେ ପାଦ୍ରୀ ଭାବରେ କାମ କରିବା ଆରମ୍ଭ କରିଛନ୍ତି । ୬ ବର୍ଷ ପୂର୍ବରୁ ପର୍ଣ୍ଣ ଫିଲ୍ମରେ ସେ ରାଜ କରିବା ଆରମ୍ଭ କରିଥିଲେ। ପର୍ଣ୍ଣ ଫିଲ୍ମର ସେ ସୁପରଷ୍ଟାର ଥିବା ବେଳେ ମାସକୁ ୨୦ଲକ୍ଷ ଡଲାର୍‌ ଆୟ କରୁଥିଲେ । ୩୧ବର୍ଷିୟ ବ୍ରିଟେନି ୩୦୦ଟି ପର୍ଣ୍ଣ ଫିଲ୍ମ କରିଥିବା କହିଛନ୍ତି । ଏକ ବିଳାସମୟ ଜୀବନ ବିତାଉଥିବା ଏହି କଳାକାରଙ୍କର ପର୍ଣ୍ଣ ଫିଲ୍ମରେ ନାମ ରହିଥିଲା ଜୀନା ପ୍ରାଜେଲେ ।

YouTube

ସୂଚନା ମୁତାବକ, ସେ ପ୍ରଥମେ ମେକ୍ସିକୋ ଆସିବା ପରେ ତାଙ୍କ ବନ୍ଧୁଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ। ପରେ ସେ ନାଇଟ୍‌କ୍ଲବ୍‌ରେ ଏବଂ ବିଭିନ୍ନ ପାର୍ଟିରେ ଅଧିକ ସମୟ ବିତାଇବା ଆରମ୍ଭ କରିଥିଲେ । କିଛି ଦିନ ପରେ ତାଙ୍କୁ ପର୍ଣ୍ଣ ଇଣ୍ଡଷ୍ଟ୍ରିର ଦୁଇ ଜଣ ପ୍ରଯୋଜକ କାମ କରିବା ପାଇଁ ଅଫର ଦେଇଥିଲେ । ସେ ଅଫରକୁ ଗ୍ରହଣ କରି ପର୍ଣ୍ଣ ଫିଲ୍ମରେ ପାଦ ଦେବା ସହ ସୁପରଷ୍ଟାର ପାଲଟି ଯାଇଥିଲେ । ଏହି ସମୟରେ ସେ ଡ଼୍ରଗ୍ସ ନେବା ଆରମ୍ଭ କରିଥିଲେ । ପ୍ରତିଦିନ ସେ ଡ଼୍ରଗ୍ସ ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରୁଥିଲେ । ଅଧିକ ନିଶା ନେବାରୁ ତାଙ୍କର ମସ୍ତିଷ୍କ ରୋଗ ମଧ୍ୟ ଆରମ୍ଭ ହୋଇ ଯାଇଥିଲା । କିନ୍ତୁ ତାଙ୍କ ଜେଜେ ମା’ ତାଙ୍କ ପାଖକୁ ଆସିବା ପରେ ତାଙ୍କ ଜୀବନରେ ପରିବର୍ତ୍ତନ ଆସିଥିଲା । ସେ ବ୍ରିଟେନୀଙ୍କୁ ଚର୍ଚ୍ଚ ଯିବା ପାଇଁ କହିବା ପରେ ସେ ଚର୍ଚ୍ଚ ଯିବା ଆରମ୍ଭ କରିଥିଲେ । କିଛି ଦିନ ପରେ ୨୦୧୨ରେ ବ୍ରିଟେନୀ ସବୁଦିନ ପାଇଁ ପର୍ଣ୍ଣ ଫିଲ୍ମକୁ ଛାଡ଼ି ଚର୍ଚ୍ଚର ପାଦ୍ରୀ ବନି ଯାଇଥିଲେ ।

ସମ୍ବନ୍ଧିତ ଖବର