ପ୍ରଭାସ କଲେ ‘ସାହୋ’ ଆକ୍ସନ୍‌ ସିନ୍‌ର ଖୁଲାସା: ୩୭ଟି କାର୍‌, ୫ଟି ଟ୍ରକ୍‌ ନଷ୍ଟ ସହ ଖର୍ଚ୍ଚ ହୋଇଛି ୯୦ କୋଟି ଟଙ୍କା

ମୁମ୍ବାଇ: ବାହୁବଲୀ ଅଭିନେତା ପ୍ରଭାସ ବର୍ତ୍ତମାନ ତାଙ୍କର ଆଗାମୀ ସୁପରହିଟ୍‌ ଚଳଚ୍ଚିତ୍ର ‘ସାହୋ’ର ସୁଟିଂରେ ବ୍ୟସ୍ତ ରହିଛନ୍ତି । ଏହି ଚଳଚ୍ଚିତ୍ରରେ ଆକ୍ସନ୍‌ ସିନ୍‌କୁ ଗୁରୁତ୍ୱ ଦିଆଯାଇଥିବା ବେଳେ ଏଥିପାଇଁ ପ୍ରଚୁର ପରିମାଣର ଅର୍ଥ ଖର୍ଚ୍ଚ କରାଯାଇଛି। ଚଳଚ୍ଚିତ୍ରଟିର ଆକ୍ସନ ସିନ୍‌ରେ ୫ଟି ଟ୍ରକ୍‌ ଓ ୩୭ଟି କାର୍‌କୁ ନଷ୍ଟ କରାଯାଇଥିବା ବେଳେ ମୋଟ ଉପରେ ୯୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାର ନିକଟରେଏକ ଇଣ୍ଟରଭ୍ୟୁରେ ପ୍ରକାଶ କରିଛନ୍ତି ପ୍ରଭାସ ।

regional.pinkvilla.com

‘ସାହୋ’ରେ ପ୍ରଭାସଙ୍କ ବିପକ୍ଷରେ ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ରହିଥିବା ବେଳେ ଏହାର ଆକ୍ସନ୍‌ ନିର୍ଦ୍ଦେଶନା ଦେଇଛନ୍ତି କିନି ବେଟସ୍‌ । ଏହି ଚଳଚ୍ଚିତ୍ରରେ ୯୦ ପ୍ରତିଶତ ଆକ୍ସନ ସିନ୍‌ ବାସ୍ତବ ହୋଇଥିବା ବେଳେ ଏଥିପାଇଁ ୫ଟି ଟ୍ରକ୍‌ , ୩୭ଟି କାର୍‌କୁ ନଷ୍ଟ କରାଯାଇଛି । ଏହି ଚଳଚ୍ଚିତ୍ରଟିର ସମସ୍ତ ଆକ୍ସନ୍‌ ସିନ୍‌କୁ ଆବୁଧାବିରେ ସୁଟିଂ କରାଯାଇଛି। ଏଥିପାଇଁ ଆବୁଧାବିର ବଡ଼ ପୋଲ, କୋଠା ଏବଂ ଏକ ଲମ୍ବା ରାସ୍ତାର ବ୍ୟବହାର କରାଯାଇଛି। ଏହି ସମୟରେ କିଛି ମାତ୍ରାରେ ଟ୍ରାଫିକ୍‌ ସମସ୍ୟା ଉପୁଜିଥିବା ବେଳେ ସେଠାକାର ପ୍ରଶାସନ ଆମକୁ ଭରପୁର ମାତ୍ରାରେ ସହାୟତା କରିଥିଲେ ବୋଲି କହିଛନ୍ତି ପ୍ରଭାସ ।

ସମ୍ବନ୍ଧିତ ଖବର