ନିଜ ବିବାହ ଓ ଅନୁଷ୍କାଙ୍କୁ ନେଇ ମୁହଁ ଖୋଲିଲେ ପ୍ରଭାସ

ମୁମ୍ବାଇ : ବର୍ତ୍ତମାନ ନିଜ ଫିଲ୍ମ ସାହୋକୁ ନେଇ ଚର୍ଚ୍ଚାରେ ବାହୁବଲୀ ଷ୍ଟାର ପ୍ରଭାସ । ଫିଲ୍ମର ଟ୍ରେଲର ଓ ଗୀତ ରିଲିଜ୍‌ ହୋଇ ସାରିଥିବା ବେଳେ ଏହା ବକ୍ସ ଅଫିସରେ ଧମାଲ କରିବ ବୋଲି ଆଶା କରାଯାଉଛି । ଫିଲ୍ମକୁ ସଫଳ କରିବା ପାଇଁ ନିର୍ମାତା ସବୁ ପ୍ରକାରର ଚେଷ୍ଟା କରୁଥିବା ବେଳେ ଫିଲ୍ମକୁ ୪ଟି ଭାଷାରେ ରିଲିଜ୍‌ କରାଯିବ ବୋଲି ଜଣା ପଡ଼ିଛି । ତେବେ ଫିଲ୍ମର ପ୍ରମୋସନ ସମୟରେ ପ୍ରଭାସ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଯାହା କହିଛନ୍ତି, ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ।

navbharattimes.indiatimes.com

ବିବାହକୁ ନେଇ ପ୍ରଭାସଙ୍କୁ ପଚରାଯିବା ପରେ, ଯେତେବେଳେ ମୋର ବିବାହ ହେବ, ସେତେବେଳେ ହେବ । ସମସ୍ତେ ଜାଣିବେ । ହୋଇପାରେ କି ମୁଁ ପ୍ରେମ ବିବାହ କରିପାରେ ବୋଲି କହିଥିଲେ ପ୍ରଭାସ । ଏ କଥା ଶୁଣି ଅନୁଷ୍କାଙ୍କ ସହ ଥିବା ତାଙ୍କ ସଂପର୍କ ବିଷୟରେ ପ୍ରଶ୍ନ କରାଯାଇଥିଲା । ଯାହାର ଉତ୍ତର ରଖି, ଯଦି ଆମ ଦୁହିଁଙ୍କ ମଧ୍ୟରେ କିଛି ସେଭଳି ସଂପର୍କ ଥାନ୍ତା, ତେବେ ଦୁଇ ବର୍ଷ ମଧ୍ୟରେ ବାହାରକୁ ଆସି ସାରିଥାନ୍ତା । ବାହୁବଲୀ ସୁଟିଂ ଶେଷ ହେବାର ଅନେକ ବର୍ଷ ହୋଇ ଗଲାଣି । ସେଭଳି କିଛି ଥିଲେ ନିଶ୍ଚୟ ବାହାରକୁ ଆସିଥାନ୍ତା । ଏତେ ଦିନ କେହି ନିଜ ସଂପର୍କକୁ ଲୁଚାଇ ରଖି ପାରିବ ନାହିଁ । ସେ କେବଳ ମୋର ଜଣେ ଭଲ ବନ୍ଧୁ ବୋଲି କହିଥିଲେ ପ୍ରଭାସ ।

ସମ୍ବନ୍ଧିତ ଖବର