ଡେଟିଂକୁ ନେଇ ହେଉଥିବା ଚର୍ଚ୍ଚାକୁ ବନ୍ଦ କରିବା ପାଇଁ ଅନୁଷ୍କାଙ୍କୁ ଅଜବ ଉପଦେଶ ଦେଲେ ପ୍ରଭାସ

ମୁମ୍ବାଇ : ସାଉଥ୍‌ ସୁପରଷ୍ଟାର ପ୍ରଭାସ ଓ ଅଭିନେତ୍ରୀ ଅନୁଷ୍କାଙ୍କ ମଧ୍ୟରେ ଥିବା ସଂପର୍କକୁ ନେଇ ହେଉଥିବା ଚର୍ଚ୍ଚା ଅନେକ ପୁରୁଣା । ଫିଲ୍ମ ବାହୁବଳୀରେ ଏକା ସାଙ୍ଗରେ କାମ କରିବା ପରଠାରୁ ଦୁହେଁ ପରସ୍ପରକୁ ଡେଟ୍‌ କରୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏମିତିକି ପ୍ରଭାସ ଅନୁଷ୍କାଙ୍କୁ ବିବାହ କରିବେ ବୋଲି ଚର୍ଚ୍ଚା ହେବା ପରେ ପ୍ରଭାସ ନିଜର ପ୍ରତିକ୍ରିୟା ରଖି ସବୁ ଚର୍ଚ୍ଚାକୁ ଗୁଜବ ବୋଲି କହିଥିଲେ । ତେବେ ଏତେ ବର୍ଷ ଧରି ବାରମ୍ବାର ଦୁହିଁଙ୍କ ସଂପର୍କକୁ ନେଇ ହେଉଥିବା ଚର୍ଚ୍ଚା ଥମୁ ନଥିବାରୁ ପ୍ରଭାସ ଏବେ ଅନୁଷ୍କାଙ୍କୁ ଅଜବ ଉପଦେଶ ଦେଇଛନ୍ତି ।

Image result for prabhas-opens-up-anushka-shetty-dating-rumours
India Today

ଏକ ସାକ୍ଷାତକାରରେ ପ୍ରଭାସଙ୍କୁ ହେଉଥିବା ଚର୍ଚ୍ଚା ବିଷୟରେ ପଚରାଯିବା ପରେ ପ୍ରଭାସ କହିଥିଲେ, ମୋତେ ଲାଗୁଛି ଆମେ ଦୁହେଁ ଯାହାକୁ ବିବାହ କରିବା କଥା ତାକୁ ବିବାହ କରିବା ପରେ ଆମ ଦୁହିଁଙ୍କୁ ନେଇ ହେଉଥିବା ଚର୍ଚ୍ଚା ବନ୍ଦ ହେବ । ମୁଁ ଏବେ ଭାବୁଛି ଅନୁଷ୍କାଙ୍କୁ ଫୋନ କରି କହିବି, ଚର୍ଚ୍ଚାକୁ ବନ୍ଦ କରିବା ପାଇଁ ପ୍ରଥମେ ତୁମେ ବିବାହ କରିନିଅ, ନହେଲେ ମୁଁ କରିନେବି ।

ସମ୍ବନ୍ଧିତ ଖବର