ପ୍ରଥମ ସାଉଥ୍‌ ସୁପରଷ୍ଟାର ଭାବେ ‘ସାହୋ’ ଫିଲ୍ମରୁ ହେବାକୁ ଥିବା ଲାଭର ଭାଗୀଦାର ହେବେ ପ୍ରଭାସ

ନୂଆଦିଲ୍ଲୀ : ସାଉଥ୍‌ ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମ ‘ସାହୋ’ ଏବେ ଚର୍ଚ୍ଚାରେ ରହିଛି । ଫିଲ୍ମର ରିଲିଜ୍‌ ଡେଟ୍‌ ବାରମ୍ବାର ବଦଳୁଥିବା ବେଳେ ଦର୍ଶକଙ୍କ ଉତ୍ସାହ ମଧ୍ୟ ବଢ଼ି ବଢ଼ି ଚାଲିଛି । ପ୍ରଥମେ ଫିଲ୍ମଟି ଅଗଷ୍ଟ ୧୫ରେ ରିଲିଜ୍‌ ହେବାକୁ ଥିବା ବେଳେ ଏବେ ତାହା ଅଗଷ୍ଟ ୩୦କୁ ଘୁଞ୍ଚାଇ ଦିଆଯାଇଛି ।

Zee News

କିନ୍ତୁ ଏବେ ଫିଲ୍ମ ସହ ଜଡ଼ିତ ଆଉ ଏକ ଖବର ସାମ୍ନାକୁ ଆସିଛି । ପ୍ରଭାସ ଫିଲ୍ମ ସାହୋରୁ ହେବାକୁ ଥିବା ଲାଭର ଭାଗୀଦାର ହେବେ ବୋଲି ଜଣା ପଡ଼ିଛି । ଫିଲ୍ମରୁ ହେଉଥିବା ଲାଭରୁ ନିଜର ଭାଗ ନେବାରେ ପ୍ରଭାସ ଟଲିଉଡ୍‌ର ପ୍ରଥମ ଅଭିନେତା ହେବେ । ତେବେ ଲାଭର ଭାଗୀଦାର ହେବାକୁ ନିଷ୍ପତ୍ତି ନେବା ସହ ପ୍ରଭାସ ସୁଟିଂ ପୂର୍ବରୁ ଫିଲ୍ମ ପାଇଁ ଟଙ୍କା ନେବେ ନାହିଁ ବୋଲି ମଧ୍ୟ ନିଷ୍ପତ୍ତି ନେଇଛନ୍ତି । ଫିଲ୍ମ ରିଲିଜ୍‌ ହୋଇ ଭଲ ବ୍ୟବସାୟ କରିବା ପରେ ସେ ହୋଇଥିବା ଲାଭରୁ ନିଜର ଭାଗ ନେବେ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର