ଫିଲ୍ମ ଇଣ୍ଡଷ୍ଟ୍ରିରେ କରୋନା ଭୟ, ମାସ୍କ ପିନ୍ଧି ନଜର ଆସିଲେ ସାଉଥ୍ ସୁପରଷ୍ଟାର ପ୍ରଭାସ

ମୁମ୍ବାଇ: ସାରା ବିଶ୍ବରେ ଏବେ କରୋନା ଭାଇରସର ଆତଙ୍କ ଖେଳି ଯାଇଛି। କରୋନା ଭାଇରସ୍‌ ଏବେ ଏହାର କାୟା ବିସ୍ତାର କରି ଚୀନ୍‌ ପରେ ମୋଟ ୭୫ଟି ରାଷ୍ଟ୍ରରେ ପହଞ୍ଚି ସାରିଛି। ଭାଇରସ୍‌ ୩୧୦୦ରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଛି। ୯୦,୦୦୦ରୁ ଅଧିକ ଲୋକ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ଭାରତରେ ଆଜି ୨୮ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସଂକ୍ରମଈ ଭୟରେ ସାଧାରଣ ଲୋକଙ୍କ ସମେତ ଏବେ ଫିଲ୍ମ କଳାକାରମାନେ ମଧ୍ୟ ମାସ୍କ ପିନ୍ଧିଥିବାର ନଜର ଆସୁଛନ୍ତି।

Image result for prabhas-wearing-mask-airport-pictures-viral-saaho-actor-for-next-movie
Greatandhra.com

ପ୍ରଥମେ ରଣବୀର କପୁରଙ୍କୁ ମାସ୍କ ପିନ୍ଧି ବାହାରକୁ ବାହାରୁଥିବାର ଦେଖାଯାଉଥିବା ବେଳେ ଏବେ ସାଉଥ୍ ସୁପରଷ୍ଟାର ପ୍ରଭାସ ମଧ୍ୟ ମାସ୍କ ପିନ୍ଧି ବାହାରକୁ ଆସୁଥିବା ଦେଖାଯାଇଛି। ପ୍ରଭାସଙ୍କ ଏହି ଫଟୋ ହାଇଦ୍ରାବାଦ ବିମାନବନ୍ଦରରେ ନିଆଯାଇଛି, ଯେଉଁଠି ସେ ଧଳା ରଙ୍ଗର ମାସ୍କ ପିନ୍ଧିଥିବାର ନଜର ଆସିଛନ୍ତି। ନିଜର ଆଗାମୀ ଫିଲ୍ମ ସୁଟିଂ ପାଇଁ ସେ ୟୁରୋପ ଯାଉଥିବା ବେଳେ କରୋନା ସଂକ୍ରମଣର ଆଶଙ୍କା ଥିବାରୁ ସେ ମୁହଁରେ ମାସ୍କ ଲଗାାଇ ବାହାରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର