ଆଣ୍ଡ୍‌ ଟିଭିରେ ମହିଳାଙ୍କ ଆର୍ଥିକ ସ୍ୱାଧିନତା ସମ୍ବଳିତ ପ୍ରଶ୍ନର ଉତ୍ତର ଦେବେ ପ୍ରକୃତି ମିଶ୍ର

ନୂଆଦିଲ୍ଲୀ : ଓଲିଉଡରେ ଶିଶୁ କଳାକାର ଭାବେ ଦର୍ଶକଙ୍କ ମନରେ ଘର କରିଥିବା ପ୍ରକୃତି ମିଶ୍ର ବର୍ତ୍ତମାନ ମୁମ୍ବାଇରେ ନିଜ ଅଭିନୟର ଜାଦୁ ବିଛାଉଛନ୍ତି । ଜି ଟିଭି ର ଏକ ରିଆଲିଟି ସୋରେ ପ୍ରତିଯୋଗୀ ଭାବେ ନଜର ଆସିଥିବା ପ୍ରକୃତି ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ହିନ୍ଦୀ ସଙ୍ଗୀତ ଆଲବମ୍‌ ସହ ଧାରାବାହିକରେ ନଜର ଆସି ସାରିଲେଣି । ବର୍ତ୍ତମାନ ପ୍ରକୃତି ମହିଳାଙ୍କ ଆର୍ଥିକ ସ୍ୱାଧିନତା ସମ୍ବନ୍ଧୀୟ ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ଆସୁଛନ୍ତି । ଆଣ୍ଡ ଟିଭିରେ ପ୍ରସାରିତ ହେବାକୁ ଥିବା ବିିଟି ବିଜେନେସ ଓ୍ଵାଲି ଧାରାବାହିକରେ ମୁଖ୍ୟ ଚରିତ୍ରରେ ନଜର ଆସିବା ପାଇଁଯାଉଛନ୍ତି ପ୍ରକୃତି ମିଶ୍ର । ବର୍ତ୍ତମାନ କେବଳ ଏହାର ଏକ ଟ୍ରେଲର୍‌ ଚ୍ୟାନେଲରେ ରିଲିଜ ହୋଇଛି।

ନିକଟରେ ଆଣ୍ଡ ଟିଭି ଚ୍ୟାନେଲ ବିଟି ବିଜେନେସଓ୍ଵାଲି ନାମକ ଏକ ଧାରାବାହିକର ଟ୍ରେଲର ରିଲିଜ କରିଛି। ଏଥିରେ ମହିଳାଙ୍କ ଆର୍ଥିକ ସ୍ୱାଧିନତା କ’ଣ ଏବଂ ତାହା ରହିବା ଉଚିତ କି ନାହିଁ ସେ ବିଷୟରେ ପଚାରଯାଉଛି। ଯାହାର ଉତ୍ତର ଦେବା ପାଇଁ ପହଞ୍ଚିଛନ୍ତି ଧାରାବାହିକର ମୁଖ୍ୟ କଳାକାର ପ୍ରକୃତି ମିଶ୍ର । ସେ ଏଥିରେ କହୁଛନ୍ତି ଯେତେବେଳେ ପ୍ରଶ୍ନ ମହିଳାମାନଙ୍କର ତେବେ ଉତ୍ତର ମଧ୍ୟ ଜଣେ ମହିଳାଙ୍କୁ ହିଁ ଦେବାକୁ ପଡ଼ିବା। ପ୍ରକୃତି ହେଉଛନ୍ତି ଓଡ଼ିଆ ସଂଙ୍ଗୀତ ନିର୍ଦ୍ଦେଶକ ମନ୍ମଥ୍‌ ମିଶ୍ରଙ୍କ ଝିଅ। ପ୍ରକୃତି ଓଲିଉଡ଼ରେ ଶିଶୁ କଳାକାର ଭାବେ ଅନେକ ହିଟ ଚଳଚ୍ଚିତ୍ରରେ ଅଭିନୟ କରିବା ସହ ମୁଖ୍ୟନାୟିକା ଭାବେ ପ୍ରଥମେ ‘ଥୁକୁଲ୍‌’ ଚଳଚ୍ଚିତ୍ରରେ ନଜର ଆସିଥିଲେ।

ସମ୍ବନ୍ଧିତ ଖବର