ବିନା ପାଣି କି ଚା’ରେ ଦୈନିକ ୧୮ ଘଣ୍ଟା ସୁଟିଂ: ଜି ଟିଭି ଧାରାବାହିକ ‘ଐସି ଦିଓ୍ଵାନ୍‌ଗି’ ଛାଡ଼ିଲେ ନାୟକ-ନାୟିକା

ମୁମ୍ବାଇ : ସୁଟିଂ ସେଟ୍‌ରେ ଅମାନବୀୟ ବ୍ୟବହାର କରାଯାଉଥିବାରୁ ଧାରାବାହିକକୁ ଅଧାରୁ ଛାଡ଼ିଲେ ମୁଖ୍ୟ କଳାକାର । ଏନେଇ ସେମାନେ ଧରାବାହିକ ନିର୍ମାତାଙ୍କୁ ଜଣାଇଥିଲେ ମଧ୍ୟ ସେମାନେ ସମାଧାନ କରାଯିବ କହି କିଛି କରି ନଥିଲେ । କିଛି ଦିନ ବିତିଗଲା ପରେ ସମସ୍ୟାର ସମାଧାନ ନହେବାରୁ ମୁଖ୍ୟ କଳାକାର ଦୁଇ ଜଣ ଧାରାବହିକ ଛାଡ଼ିବା ପାଇଁ ବାଧ୍ୟ ହୋଇଥିଲେ । ସୂଚନା ଅନୁଯାୟୀ, ଜି ଟିଭିରେ ସଂନ୍ଧ୍ୟା ୭.୩୦ରେ ପ୍ରସାରିତ ହେଉଥିବା ଧାରାବାହିକ ‘ଐସି ଦିଓ୍ଵାନ୍‌ଗି’ର ମୁଖ୍ୟ ଭୁମିକାରେ ନଜର ଆସୁଥିବା ପ୍ରେମ(ପ୍ରଣବ ମିଶ୍ର) ଏବଂ ତେଜସ୍ୱିନୀ(ଜ୍ୟୋତି ଶର୍ମା)ଙ୍କୁ ସୁଟିଂ ସେଟ୍‌ରେ ଅମାନବୀୟ ବ୍ୟବହାର କରାଯାଉଥିବାରୁ ସେମାନେ ଧାରାବାହିକୁ ଛାଡ଼ିଛନ୍ତି ।
ନାୟିକା ଜ୍ୟୋତି ଶର୍ମାଙ୍କ ଅଭିଯୋକ କରନ୍ତି , “ଧାରାବାହିକର ସୁଟିଂ ଆରମ୍ଭ ହେବା ଦିନଠାରୁ ସେଟ୍‌ରେ ଆମକୁ ୧୮ ଘଣ୍ଟା କାମ କରିବାକୁ କୁହାଯାଉଥିଲା । ଏହା ସହ ୧୮ ଘଣ୍ଟା ମଧ୍ୟରେ ଆମ ମାନଙ୍କୁ ଖାଇବାକୁ ଦିଆ ନ ଯିବା ସହ ଚା’ କି ପାଣି ମଧ୍ୟ ଦିଆଯିବାର ସୁବିଧା କରାଯାଇ ନ ଥିଲା । ସୁଟିଂ ଶେଷ ପରେ ମଧ୍ୟ ରାତିରେ କଳାକାରମାନେ କିପରି ଭଲରେ ଘରେ ପହଞ୍ଚିବେ ସେଥିପାଇଁ ମଧ୍ୟ କୌଣସି ସୁବିଧା କରାଯାଇ ନଥିଲା । କେବେ କେବେ ୧୮ ଘଣ୍ଟାର ସୁଟିଂ ସାରି ଘରକୁ ଫେରିବା ସମୟରେ ଅଧବାଟରୁ ଅନ୍ୟ କିଛି ସଟ୍‌ ସୁଟିଂ ହେବ ବୋଲି କୁହାଯାଇ ଡ଼କା ଯାଉଥିଲା। ସୁଟିଂ ସମୟରେ ଯଦି କେଉଁ କଳାକାର ଅଘାତ ପାଏ ସେଥି ପାଇଁ ମଧ୍ୟ ସେମାନେ ଧ୍ୟାନ ଦେଉ ନଥିଲେ।”

timesnownews

ଧାରାବହିକର ଅଭିନେତା ପ୍ରଣବଙ୍କ କହିବା ଅନୂଯାୟୀ, “ଆମମାନଙ୍କୁ ସେଟ୍‌ରେ ପଶୁ ଭଳି ବ୍ୟବହାର କରାଯାଏ । ଗାଇଡ଼୍‍ ଲାଇନ୍‌ ଅନୁସାରେ ଦୁଇଟା ସିଫ୍ଟ ମଧ୍ୟରେ ୧୨ ଘଣ୍ଟାର ବିରତି ନିଆ ଯାଇ ପାରିବ । କିନ୍ତୁ ୨୫୦ ଦିନ ମଧ୍ୟରେ ମୁଁ ଏବଂ ମୋ ସହ କଳାକର ଜ୍ୟୋତି ଶର୍ମାଙ୍କୁ ମାତ୍ର ୫ ଘଣ୍ଟା ବିରତି ମିଳିଛି । ଏହି ବିଷୟରେ ସିନେମା ଏବଂ ଟିଭି କଳାକାର ଆସୋସିଏସନ୍‌ ଜାଣିବା ପରେ ଆମ ଦୁଇଜଣଙ୍କୁ ଡ଼ାକ୍ତରୀ ପରୀକ୍ଷା କରିବା ପାଇଁ ପରାମର୍ଶ ଦେଇଥିଲେ । ପରୀକ୍ଷା ପରେ ଆମେ ମାନେ ଅବସାଦ ଏବଂ ଚିନ୍ତାଗ୍ରସ୍ତ ବୋଲି ଡ଼ାକ୍ତର ରିପୋର୍ଟ ଦେଇଥିଲେ ।ଏଥି ପାଇଁ ଓଷଧ ନେବା ସହ କାମରୁ ବିରତି ନେଇ ଘରେ ଆରାମ କରିବା ପାଇଁ ଡ଼ାକ୍ତର ଆମ ଦୁଇ ଜଣଙ୍କୁ କହିଛନ୍ତି।’

ଅନ୍ୟ ପକ୍ଷରେ ସିନେମା ଏବଂ ଟିଭି କଳାକାର ଆସୋସିଏସନ୍‌ର ମହାସଚିବ ସୁଶାନ୍ତ ସିଂଙ୍କ କହିବା ଅନୁଯାୟୀ, “ଆମେମାନେ ସେମାନଙ୍କ ପ୍ରଯୋଜନା ସଂସ୍ଥା ସହିତ ହୋଇଥିବା ଚୁକ୍ତିକୁ ଭଲ କରି ଦେଖିଛୁ । ତାଙ୍କୁ ଯେଭଳି କାମ କରିବାକୁ କୁହା ଯାଉଥିଲା ତାହା କୌଣସି ବନ୍ଧକ ଥିବା ମଜୁରିଆଠାରୁ କମ ନୁହେଁ । ଯାହା ଫଳରେ ସେମାନେ ଅବସାଦଗ୍ରସ୍ତ ହୋଇଛନ୍ତି । ଅମାନବିକତାର ଏହା ହେଉଛି ଏକ ଜ୍ୱଳନ୍ତ ଉଦାହରଣ । ଏ ସମସ୍ୟ ବିଷୟରେ ଆମେ ପ୍ରଯୋଜକଙ୍କ ସହ କଥା ହେବା ସହ ଏକ ବୈଠକ ଡ଼କାଇବୁ ଏବଂ ଏହାର ସମାଧାନ କରିବା ପାଇଁ ସଠିକ୍‌ ପଦକ୍ଷପ ମଧ୍ୟ ନେବୁ ।’

दैनिक जागरण

ଏ ଘଟଣା ବିଷୟରେ ପ୍ରଯୋଜକ ଯତୀନ ସେଠୀଙ୍କୁ ପଚରାଯିବାରୁ ସେ ଏହି ଖବରକୁ ମିଛ ବୋଲି ଦର୍ଶାଇଛନ୍ତି । ପ୍ରଣବ ମିଶ୍ର ଏବଂ ଜ୍ୟୋତି ଶର୍ମା ଏହି ଧାରାବାହିକ ଛାଡ଼ି ନାହାନ୍ତି ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର