ପ୍ରଥମ ସ୍ତ୍ରୀକୁ ଛାଡ଼ପତ୍ର ଦେଇ ପ୍ରତ୍ୟୁଷାଙ୍କ ସହ ସଂପର୍କ, ପ୍ରେମରେ ପ୍ରତାରିତ ହୋଇ ପ୍ରତ୍ୟୁଷା ଆତ୍ମହତ୍ୟା କରିବା ପରେ ଏବେ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ରାହୁଲ ରାଜ୍‌ ସିଂ

ମୁମ୍ବାଇ : ଦୁଇ ବର୍ଷ ତଳେ ରହୁଥିବା ଘରେ ଆତ୍ମହତ୍ୟା କରିଥିଲେ ଛୋଟ ପରଦାର ଆନନ୍ଦି ପ୍ରତ୍ୟୁଷା ବାନାର୍ଜି । ତାଙ୍କର ଅକାଳ ବିୟୋଗ ପରିବାର ସମେତ ତାଙ୍କର ଅନେକ ବନ୍ଧୁଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ପ୍ରତ୍ୟୁଷା ପ୍ରେମରେ ପ୍ରତାରିତ ହୋଇ ଏଭଳି ପଦକ୍ଷପ ନେଇଥିଲେ ବୋଲି ତାଙ୍କ ପରିବାର ଲୋକେ ଦାବି କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଘଟଣାର ସତ୍ୟାସତ୍ୟ ଜଣା ପଡ଼ି ପାରିନାହିଁ ।
ଅନ୍ୟ ପକ୍ଷରେ ପ୍ରତ୍ୟୁଷାଙ୍କ ମୃତ୍ୟୁର କାରଣ କୁହାଯାଉଥିବା ତାଙ୍କ ପ୍ରେମିକ ରାହୁଲ ରାଜ ସିଂ ଏବେ ପୁଣି ଥରେ ବିବାହ କରିବା ପାଇଁ ଯାଉଥିବା ଜଣା ପଡ଼ିଛି । ସେ ତାଙ୍କର ପୁରୁଣା ପ୍ରେମିକା ତଥା ଅଭିନେତ୍ରୀ ସଲୋନି ଶର୍ମାଙ୍କୁ ବିବାହ କରିବାକୁ ଯାଉଛନ୍ତି ବୋଲି ଶୁଣିବାକୁ ମିଳିଛି । ବୁଧବାର ରାହୁଲ ନିଜର ଜନ୍ମଦିନ ପାଳନ କରିବା ସହ ତାଙ୍କ ଜୀବନରେ ସଲୋନିଙ୍କ ଗୁରୁତ୍ୱ କେତେ ସେ ନେଇ ଲେଖିଥିଲେ ।

DNA India

ଜନ୍ମଦିନରେ ଯେଉଁମାନେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ ସେମାନଙ୍କୁ ସେ ଧନ୍ୟବାଦ୍‌ ଜଣାଇବା ସହ ସଲୋନିଙ୍କୁ ଖାସ୍‌ କରି ଧନ୍ୟବାଦ୍‌ ଜଣାଇଛନ୍ତି । ତାଙ୍କର ଖରାପ ସମୟରେ ସଲୋନି ସାଥ୍‌ ଦେଇଥିବାରୁ ସେ ସଲୋନିଙ୍କୁ ଧନ୍ୟବାଦ୍‌ ଜଣାଇଛନ୍ତି । ‘ଯେଉଁ ସମୟରେ ମୋ ପାଖରେ କେହି ନଥିଲେ, ସେ ସମୟରେ ତୁମେ ମୋ ସାଥିରେ ଥିଲ । ତୁମକୁ ସ୍ତ୍ରୀ ରୂପରେ ପାଇବାକୁ ଯାଉଥିବାରୁ ମୁଁ ବହୁତ ଖୁସି’ ବୋଲି ଲେଖିଛନ୍ତି ରାହୁଲ ।
ଏହା ସହ ସଲୋନି ଯେଉଁ ଜନ୍ମଦିନର କେକ୍‌ ଆଣିଥିଲେ ସେଥିରେ ହାପି ବର୍ଥଡ଼େ ପତି ଲେଖାଥିବାର ଦେଖିବାକୁ ମିଳିଥିଲା । ଏତେ ସବୁ ସଙ୍କେତରୁ ରାହୁଲ ଏବଂ ସଲୋନୀ ଖୁବ୍‌ ଶୀଘ୍ର ବିବାହ କରିବେ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର