‘ପଦ୍ମାବତୀ’ ସଂପର୍କରେ ମତ ରଖିବାରୁ ନିଜକୁ ଦୂରେଇ ରଖିଲେ ବାହୁବଲୀ !

ମୁମ୍ବାଇ: ସୁଟିଂ ଆରମ୍ଭରୁ ହିଁ ବିବାଦରେ ଛନ୍ଦି ହୋଇପଡ଼ିଥିବା ଫିଲ୍ମ ‘ପଦ୍ମାବତୀ’କୁ ବିରୋଧ ଦିନକୁ ଦିନ ବଢ଼ିବାରେ ଲାଗିଛି । ବିଭିନ୍ନ ମହଲରୁ ଫିଲ୍ମର ରିଲିଜ୍‌କୁ ବନ୍ଦ କରିବା ପାଇଁ ଧମକ ଦିଆଯାଉଛି । ରାଣୀ ପଦ୍ମାବତୀଙ୍କ ଚରିତ୍ରକୁ ଭୁଲ ଭାବେ ଦର୍ଶାଯାଇଛି ବୋଲି ରାଜସ୍ଥାନର କର୍ଣ୍ଣି ସେନା ଅନବରତ ଭାବେ ସଂଘର୍ଷ ଜାରି ରଖିଥିବା ବେଳେ ସଂଜୟ ଲୀଲା ଭଂସାଲୀ ଏବଂ ଦୀପିକା ପାଦୁକୋନଙ୍କ ମୁଣ୍ଡକାଟ କରିବା ପାଇ କ୍ଷେତ୍ରୀୟ ସମାଜ ୫ କୋଟି ପୁରଷ୍କାର ଘୋଷଣା କରିଛନ୍ତି । ‘ପଦ୍ମାବତୀ’କୁ ନେଇ ବିଭିନ୍ନ ବଲିଉଡ କଳାକାର ନିଜର ମତ ରଖିସାରିଥିବା ବେଳେ ଏବେ ବାହୁବଲୀ ଅଭିନେତା ପ୍ରଭାସ ଏ ବିଷୟରେ ନିଜର ମତ ରଖନ୍ତୁ ବୋଲି ଚାହିଁଛିି ସର୍ବଭାରତୀୟ କ୍ଷେତ୍ରୀୟ ମହାସଭା ।

ମିଳିଥିବା ଖବର ଅନୁଯାୟୀ,ବାହୁବଲୀ ଅଭିନେତା ପ୍ରଭାସ ସେମାନଙ୍କ ସପକ୍ଷରେ ନିଜର ମତ ରଖନ୍ତୁ ବୋଲି ଚାହୁଁଛିସର୍ବଭାରତୀୟ କ୍ଷେତ୍ରୀୟ ମହାସଭା । ଏଥିପାଇଁ ସଂଗଠନ ପକ୍ଷରୁ ବହୁତ ଚେଷ୍ଟା କରାଯାଇଛି କି ପ୍ରଭାସ ସେମାନଙ୍କ ସପକ୍ଷରେ ନିଜର ମତ ରଖି ସମସ୍ତଙ୍କୁ ଜଣାନ୍ତୁ କି ସେ ବି ମହାସଭା ସହ ଏକମତ । କାରଣ ପ୍ରଭାସ ହେଉଛନ୍ତି ଜଣେ କ୍ଷତ୍ରୀୟ ଏବଂ କ୍ଷତ୍ରୀୟ ହିସାବରେ ସେ ‘ପଦ୍ମାବତୀ’ଙ୍କୁ ବିରୋଧ କରିବା ଦରକାର ବୋଲ ସର୍ବଭାରତୀୟ କ୍ଷେତ୍ରୀୟ ମହାସଭା ଚାହିଁଛି।

କିନ୍ତୁ ଗଣମାଧ୍ୟମଠାରୁ ନିଜକୁ ସବୁବେଳେ ଦୂରରେ ରଖୁଥିବା ପ୍ରଭାସ ଏହି ତର୍କ ଠାରୁ ମଧ୍ୟ ନିଜକୁ ଦୂରେଇ ରଖିଛନ୍ତି । ଏହା କରିବା ପାଇଁ ପ୍ରଭାସଙ୍କ ଦାଦା କ୍ରିସ୍‌ନମ୍‌ ରାଜୁ ତାଙ୍କୁ ଉପଦେଶ ଦେଇଛନ୍ତି । ରାଜୁଙ୍କ କହିବା ଅନୁଯାୟୀ ଏହି ପ୍ରସଙ୍ଗ ଉପରେ ପ୍ରଭାସ ଯାହା ବି ନିଜର ମତ ରଖିବେ ତାହା ତାଙ୍କ ବିରୋଧରେ ଯିବ ।

ରାଜସ୍ଥାନରୁ କର୍ଣ୍ଣାଟକ ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟରେ ଏହି ଫିଲ୍ମକୁ ବିରୋଧ ସଂଘର୍ଷ ଜାରି ରହିଥିବା ବେଳେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ଏହା ବିରୁଦ୍ଧରେ ସ୍ୱର ଉତ୍ତଳୋନ କରିଛନ୍ତି ।

ସମ୍ବନ୍ଧିତ ଖବର