ମୁମ୍ବାଇ: ‘ବାହୁବଳୀ’ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକା ନିଭାଇଥିବା ଅଭିନେତା ପ୍ରଭାସ ଆଜି ଅର୍ଥାତ ୨୩ ଅକ୍ଟୋବର ୨୦୧୮ରେ ନିଜର ୩୯ତମ ଜନ୍ମ ଉତ୍ସବ ମନାଇଛନ୍ତି। ଚଳଚ୍ଚିତ୍ରରେ ତାଙ୍କର ଅଭୂତପୂର୍ବ ଅଭିନୟ ହେତୁ ସେ ଦର୍ଶକଙ୍କ ମନରେ ରାଜା ପରି ରହିଛନ୍ତି। ତାଙ୍କ ବିଷୟରେ ଯେତେ ବି କୁହାଗଲେ ତାହା କମ୍ ପଡ଼ିବ ନିଶ୍ଚୟ।
Sambad is now on WhatsApp
Join and get latest news updates delivered to you via WhatsApp
‘ବାହୁବଳୀ’ ପରେ ପ୍ରଭାସ ପୁଣି ଥରେ ନିଜର ଅଭିନୟର ଜଲଓ୍ଵା ଦେଖାଇବାକୁ ‘ସାହୋ’ ଚଳଚ୍ଚିତ୍ର ଜରିଆରେ ସୁଯୋଗ ପାଇଛନ୍ତି। ପ୍ରଭାସଙ୍କ ଜନ୍ମଦିନ ଅବସରରେ ‘ସାହୋ’ ଚଳଚ୍ଚିତ୍ରର କିଛି ଅଂଶର ଏକ ଭିଡିଓ ନିର୍ମାଣ କରାଯାଇ ପ୍ରଭାସଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇ ୟୁଟ୍ୟୁବ୍ରେ ଅପ୍ଲୋଡ କରାଯାଇଛି।
‘ସେଡ୍ସ ଅଫ୍ ସାହୋ’ ନାମରେ ଏହି ଭିଡିଓଟିକୁ ଅପ୍ଲୋଡ୍ କରାଯାଇଛି। ଭିଡିଓଟିରେ ପ୍ରଭାସ ଯେଉଁଭଳି ଭାବେ ଷ୍ଟାଇଲିଷ୍ଟ୍ ଅନ୍ଦାଜରେ ନଜର ଆସିଛନ୍ତି ତାହା କେବଳ ଦେଶ ଭିତରେ ନୁହେଁ, ବିଦେଶରେ ଥିବା ଦର୍ଶକଙ୍କ ମନକୁ ମଧ୍ୟ ଜିଣିବାରେ ସମର୍ଥ ହୋଇଛି।
ଏହା ବିଶେଷ କରି ପ୍ରଶଂସକମାନଙ୍କୁ ପ୍ରଭାସଙ୍କ ଜନ୍ମଦିନ ଉପହାର ଭାବେ ଭାବେ ଦିଆଯାଇଛି। ‘ବାହୁବଳୀ’ ପରେ ପ୍ରାୟ ୧ ବର୍ଷରୁ ଊର୍ଧ୍ୱ ସମୟ ପରେ ଦର୍ଶକ ପ୍ରଭାସଙ୍କୁ ଦେଖିବାର ସୁଯୋଗ ପାଇଥିବାରୁ ବେଶ୍ ଉତ୍ସାହିତ ଅଛନ୍ତି।