ଗର୍ଭବତୀ ହେବା ପରେ ଲଣ୍ଡନରେ ନିଜ ପ୍ରେମିକଙ୍କ ସହ ନିର୍ବନ୍ଧ କଲେ ଅଭିନେତ୍ରୀ ଏମି ଜାକ୍‌ସନ

ମୁମ୍ବାଇ : ଲୁଚି ଛପି ନିଜ ପ୍ରେମିକ ଜର୍ଜ ପାନାୟିଟୁଙ୍କ ସହ ନିର୍ବନ୍ଧ କରିବା ପରେ ଏବେ ନିଜ ବନ୍ଧୁ ଓ ପରିବାରବର୍ଗଙ୍କ ଉପସ୍ଥିତିରେ ପୁଣି ଥରେ ନିର୍ବନ୍ଧ କରିଛନ୍ତି ଅଭିନେତ୍ରୀ ଏମି ଜାକ୍‌ସନ । ଗତ ଜାନୁଆରିରେ ସେ ଜର୍ଜ ପାନାୟିଟୁଙ୍କ ସହ ନିର୍ବନ୍ଧ କରିଥିବା ବେଳେ ପରେ ପରେ ତାଙ୍କର ଗର୍ଭବତୀ ହେବାର ଖବର ମିଳିଥିଲା । ବିବାହ ପୂର୍ବରୁ ଗର୍ଭବତୀ ଥିବାରୁ ତାଙ୍କୁ ନେଇ ଅନେକ ଚର୍ଚ୍ଚା ହୋଇଥିବା ବେଳେ ଏବେ ସେ ସାର୍ବଜନିକ ଭାବରେ ନିର୍ବନ୍ଧ କରି ସମସ୍ତ ଅପଚର୍ଚ୍ଚାକୁ ବନ୍ଦ କରି ଦେଇଛନ୍ତି । ଏମି ଏବଂ ଜର୍ଜ ଲଣ୍ଡନରେ ନିର୍ବନ୍ଧ କରିଥିବା ବେଳେ ନିର୍ବନ୍ଧର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

 

ସୂଚନା ମୁତାବକ, ଏମି ମାର୍ଚ୍ଚ ୩୧ରେ ଗର୍ଭବତୀ ଥିବା ନେଇ ଜଣାଇଥିଲେ । ହେଲୋ ମାଗାଜିନ୍‌କୁ ସାକ୍ଷାତକାର ଦେଇ, ତାଙ୍କର ଗର୍ଭବତୀ ହେବାର କୌଣସି ଯୋଜନା ନଥିଲା କିନ୍ତୁ ସେ ଏହି ଦାୟିତ୍ୱ ନେବାକୁ ସଂପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଥିଲେ ।

ସମ୍ବନ୍ଧିତ ଖବର