ଦ୍ୱିତୀୟ ପ୍ରସବ ପରେ ଶ୍ରବଣ ଶକ୍ତି ହରାଇ ବସିଛନ୍ତି ଅଭିନେତ୍ରୀ ଛବି ମିତଲ

ମୁମ୍ବାଇ: ଦ୍ୱିତୀୟ ଥର ପାଇଁ ମାତୃତ୍ୱ ଲାଭ କରିଛନ୍ତି ଅଭିନେତ୍ରୀ ଛବି ମିତଲ୍‌। ଦ୍ୱିତୀୟ ଥର ମାତୃତ୍ୱ ଅନୁଭବ କରିବା ପରେ ନିଜର ଖୁସି ବ୍ୟକ୍ତ କରିଛନ୍ତି ଏହି ଅଭିନେତ୍ରୀ। ଛବିଙ୍କ ନବଜାତ ଶିଶୁପୁତ୍ରକୁ ଏବେ ମାତ୍ର ୩ ଦିନ। ଏବେ ବି ଛବି ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। କାରଣ ଏହି ଶିଶୁପୁତ୍ରକୁ ଜନ୍ମ ଦେବା ପରେ ସେ ତାଙ୍କର ଏକ ପାଖିଆ ଶ୍ରବଣ ଶକ୍ତି ହରାଇ ବସିଛନ୍ତି। ନିକଟରେ ସେ ସୋସିଆଲ୍‌ ମିଡିଆରେ ଏ ସଂପର୍କରେ ସୂଚନା ଦେଇ ଏକ ପୋଷ୍ଟ କରିଛନ୍ତି।

ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ଏକ ଫଟୋ ସେୟାର୍‌ କରି ସେ ନିଜର ଅସୁସ୍ଥତା ସଂପର୍କରେ ଜଣାଇବା ସହ ରାତି ୧ଟାରେ ସେ ଅଫିସ୍‌ କାମ କରୁଛନ୍ତି ବୋଲି ଲେଖିଛନ୍ତି। ସେ କହିଛନ୍ତି କି ମୁଁ ମୋ ପିଲାମାନଙ୍କୁ କଠିନ ପରିଶ୍ରମୀ ହେବାକୁ ଶିକ୍ଷା ଦେବାକୁ ଚାହେଁ।

ନିକଟରେ ଏକ ସାକ୍ଷାତ୍‌କାରରେ ଛବି କହିଛନ୍ତି କି ଏପରି ଏକ ପାଖିଆ ଶ୍ରବଣ ଶକ୍ତି ହରାଇବା ଏକ ନିଆରା କଥା। ଏହାର ସମାଧାନ କରିବା ପାଇଁ ସେ ଡାକ୍ତରଙ୍କ ତତ୍ୱବଧାନରେ ଅଛନ୍ତି।

ଉଲ୍ଲେଖଯୋଗ୍ୟ, ଅନ୍‌ଲାଇନ୍‌ ଚ୍ୟାନେଲ୍‌ ‘ଏସ୍‌ଆଇଟି’ ର ଛବି ମିତଲ ହେଉଛନ୍ତି ଜଣେ ବହୁ ଲୋକପ୍ରିୟ ଚେହେରା।

ସମ୍ବନ୍ଧିତ ଖବର