ଏ ବର୍ଷ ରଜରେ  ପ୍ରେମ୍‌ ଆନନ୍ଦଙ୍କ ମନଛୁଆଁ ଗୀତ ନେଇ ଆସିବ   ‘୪ ଇଡିଏଟ୍‌ସ୍‌’

ଭୁବନେଶ୍ୱର: ସବୁ ବର୍ଷ ପରି ଏ ବର୍ଷ ବି ପ୍ରେମ୍‌ ଆନନ୍ଦଙ୍କ ସଂଗୀତରେ ଝୁମିବେ ଶ୍ରୋତା । ଗତବର୍ଷ ରଜରେ ତାଙ୍କ ସଂଗୀତ ନିର୍ଦ୍ଦେଶନାରେ ‘ଅଭୟ’ ସିନେମାର ରବା ରବା ଓ ଗଜଲ ଗଜଲ ଗୀତ ଶ୍ରୋତାମାନଙ୍କୁ ମତୁଆଲା କରିଥିବା ବେଳେ ଏବର୍ଷ  ତାଙ୍କ ସଂଗୀତ ନିର୍ଦ୍ଦେଶନାରେ ମୁକ୍ତିଲାଭ କରୁଛି  ‘୪ ଇଡିଏଡସ୍‌’ । ଏହି ସିନେମାରେ ସେ ପୁଣି ପୂର୍ବ ବର୍ଷ ଭଳି ଶ୍ରୋତାଙ୍କୁ ମତୁଆଲା କରିବେ ବୋଲି ଏବେଠୁ ଚର୍ଚ୍ଚା ହେଲାଣି । ‘୪ ଇଡିଏଟସ’୍‌ ସିନେମାର ସୁବ୍ରତ ସ୍ୱାଇଁଙ୍କ ଲିଖିତ  ‘ଆଜିଠାରୁ ପାଦ ମୋର ତୋ’ରି ରାସ୍ତାରେ’ ଗୀତଟି ଗତ ଦୁଇ ଦିନ ମଧ୍ୟ ଲକ୍ଷାଧିକ ଦର୍ଶକ ୟ୍ୟୁଟୁବରେ ଦେଖିବାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ସେହିପରି ଏହିବସନ୍ତରାଜ ସାମଲଙ୍କ ଲିଖିତ ଗୀତ ‘ଓ ୟାରା’ ଓ  ସୁବ୍ରତ ସ୍ୱାଇଁଙ୍କ  ଲିଖିତ ‘ତୁ ଯିବା ପରେ’ ଶ୍ରୋତାମାନଙ୍କୁ ମତୁଆଲା କଲାଣି ।

ଏ ସଂପର୍କରେ ସଂଗୀତ ନିର୍ଦ୍ଦେଶକ ପ୍ରେମ୍‌ ଆନନ୍ଦ କୁହନ୍ତି, ସବୁ ସିନେମା ପରି ଏ ସିନେମାରେ ବହୁତ ପରିଶ୍ରମ କରାଯାଇଛି । ଭଲ ଗୀତ ସାଂଗକୁ ରଜ ବଜାରରେ ଶ୍ରୋତାମାନଙ୍କ ଚାହିଦାକୁ ଦେଖି କମ୍ପୋଜିସନ ହୋଇଛି । ପୂର୍ବ ବର୍ଷର ରଜ ସିନେମା ପରି ଏ ବର୍ଷ ରଜରେ ଶ୍ରୋତାଙ୍କୁ  ‘୪ ଇଡିଏଟସ୍‌’ର ଗୀତଗୁଡିକ ଭଲ ଲାଗିବ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର