ଭୁବନେଶ୍ୱର : ବେଶ୍ କିଛି ଦିନ ଧରି ପ୍ରେମ୍ ଆନନ୍ଦ ଓ ବସନ୍ତରାଜ୍ଙ୍କ ଯୋଡି ଜମୁଛି । ଜଣେ ହେଲେ ସଂଗୀତକାର ପ୍ରେମ୍ ଆନନ୍ଦ ଏବଂ ଆଉ ଜଣେ ହେଲେ ଗୀତିକାର ବସନ୍ତ ରାଜ୍ ସାମଲ । ଏକାଧିକ ହିଟ୍ ଗୀତ ଶ୍ରୋତାଙ୍କୁ ଭେଟି ଦେଇଥିବା ପ୍ରେମ ଆନନ୍ଦ ଏବଂ ବସନ୍ତରାଜ୍ଙ୍କ ଯୋଡିରେ ଗତ କିଛି ବର୍ଷ ଧରି ଗୀତ ସବୁ ସୁପରହିଟ୍ ସାବ୍ୟସ୍ତ ହୋଇଛି । ଛାତିଟା ରଗଡି ଦେଲାଠୁ ଆରମ୍ଭ କରି ଗଜଲ ଗଜଲ, ହଳଦୀଗିନା, ରହିଯା ରଘୁଆ, ଓଷଦ ନେଇ ଆ ଜାନିଆ ପ୍ରଭୃତି ଗୀତ ଗତ କିଛି ବର୍ଷ ଧରି ଶ୍ରୋତାଙ୍କ ଦ୍ୱାରା ସୁପରହିଟ୍ ସାବ୍ୟସ୍ତ ହୋଇଛି । ସଂଗୀତକାର ପ୍ରେମ ଆନନ୍ଦଙ୍କ ମତରେ , ବସନ୍ତରାଜ ଜଣେ ବିଚକ୍ଷଣ ଗୀତିକାର । ତାଙ୍କର ଗୀତ ଲେଖିବାର ଶୈଳୀ ଏବଂ ଶବ୍ଦ ଚାତୁରୀ ଅନ୍ୟମାନଙ୍କଠାରୁ ନିଆରା ବୋଲି କହିଛନ୍ତି ପ୍ରେମ୍ ଆନନ୍ଦ ।