ପ୍ରୀତି ଜିଣ୍ଟା କ’ଣ ଗର୍ଭବତୀ ! ଜାଣନ୍ତୁ କ’ଣ କହୁଛି ଏହି ଭିଡିଓ

ମୁମ୍ବାଇ: ବଲିଉଡରେ ଜଣେ ଲୋକପ୍ରିୟ ନାୟିକା ହେଲେ ପ୍ରୀତି ଜିଣ୍ଟା । ସେ ମଣିରତ୍ନମ୍‌ଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଦିଲ୍‌ସେ’ ଜରିଆରେ ବଲିଉଡରେ ପାଦ ଥାପିଥିଲେ । ପ୍ରଥମ ଫିଲ୍ମରେ ଯଦିଓ ପ୍ରୀତିଙ୍କୁ ଆଶାନୁରୂପ ସଫଳତା ମିଳି ନ ଥିଲା, କିନ୍ତୁ ସେ ପ୍ରଯୋଜକ , ନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଲିରିଲ୍‌ ଗାର୍ଲରୁ ବଲିଉଡର ଡିଂପଲ ଗର୍ଲ ବନିଥିବା ପ୍ରୀତିଙ୍କ କେତେକ ଲୋକପ୍ରିୟ ସିନେମା ହେଲା – ସୋଲଜର,ଚୋରି ଚୋରି,ଚୁପ୍‌କେ ଚୁପ୍‌କେ, କଭି ଅଲବିଦା ନା କେହନା , ଦିଲ୍‌ ହେ ତୁହ୍ମାରା, କ୍ୟା କେହନା, ସଂଘର୍ଷ, ମିଶନ୍‌ କାଶ୍ମୀର୍‌ , ହିରୋ, କଲ୍‌ ହୋ ନା ହୋ ଏବଂ ସଲାମ୍‌ ନମସ୍ତେ ଆଦି ।

photo-en.wikipedia.org

ତେବେ ସେ ୨୦୧୬ ଫେବୃଆରି ୨୯ ତାରିଖରେ ତାଙ୍କର ଦୀର୍ଘ ଦିନର ବୟଫ୍ରେଣ୍ଡ୍‌ ଜେନି ଗୁଡ୍‌ଏନଫ୍‌ଙ୍କୁ ବିବାହ କରିଥିଲେ । ପ୍ରୀତି ଜିଣ୍ଟାଙ୍କର ବୟସ ୪୩ ଛୁଇଁ ଗଲାଣି,ହେଲେ ଏଯାବତ୍‌ ସେ ମାଆ ହୋଇ ପାରି ନାହାନ୍ତି । ସୋସିଆଲ୍‌ ମିଡିଆରେ ପ୍ରୀତି ଜିଣ୍ଟାଙ୍କର ମାଆ ହେବାକୁ ନେଇ ନାନା କଥା ମଝିରେ ମଝିରେ ଚର୍ଚ୍ଚା ହୁଏ । ପ୍ରକୃତ ସୋସିଆଲ ମିଡିଆରେ ପ୍ରୀତି ଜିଣ୍ଟା ବାହାରେ ଉଠାଇଥିବା ନିଜର କେତେକ ଫଟୋ ସେଆର୍‌ କରିଥିଲେ । ଏଥିରେ ଖୁବ୍‌ ଢିଲା ଡ୍ରେସ୍‌ ପିନ୍ଧିଥିଲେ ପ୍ରୀତି । ସେଥିରୁ ସମସ୍ତେ ଅନୁମାନ କଲେ ଯେ ବୋଧହୁଏ ପ୍ରୀତି ଜିଣ୍ଟା ମାଆ ହେବାକୁ ଯାଉଛନ୍ତି । କିନ୍ତୁ ନିଜେ ପ୍ରୀତି ଏଭଳି ଚର୍ଚ୍ଚାରେ ପୂର୍ଣ୍ଣଛେଦ ଲଗାଇଛନ୍ତି ।

ସେ ନିକଟରେ ତାଙ୍କର ଏକ ଭିଡିଓ ଅପ୍‌ଲୋଡ୍‌ କରି ନିଜେ ଓ୍ଵାର୍କ ଆଉଟ୍‌ କରୁଥିବାର ଓ ସଂପୂର୍ଣ୍ଣ ଫିଟ୍‌ ଥିବାର ସୂଚନା ଦେଇଛନ୍ତି । ଏଥିରୁ ଗର୍ଭବତୀ ହେବାର କୌଣସି ଲକ୍ଷଣ ନାହିଁ ବୋଲି ମଧ୍ୟ ଜଣାଯାଇଛି । ଏହି ଭିଡିଓ ସମସ୍ତଙ୍କ ସାମ୍ନାକୁ ଆସିବା ପରେ ଏକଥା ସ୍ପଷ୍ଟ ହୋଇଯାଇଛି ଯେ ପ୍ରୀତି ଜିଣ୍ଟା ଏବେ ଗର୍ଭବତୀ ନୁହଁନ୍ତି । ତେବେ ସେ କେବେ ମାଆ ହେବେ ବା ସେ ନେଇ ତାଙ୍କର କି ଯୋଜନା ଅଛି ସେ’ ବିଷୟରେ ସ୍ପଷ୍ଟ ସୂଚନା ଦେଇ ନାହାନ୍ତି ପ୍ରୀତି ଜିଣ୍ଟା ।

ସମ୍ବନ୍ଧିତ ଖବର