ପହଁରା ନ ଜାଣି ସମୁଦ୍ରରେ ଗାଧୋଉଥିବା ବେଳେ ଭାସିଗଲେ ବିଗ୍‌ ବସ୍‌ ବିଜେତା ପ୍ରିନ୍ସ ନରୁଲାଙ୍କ ଭାଇ

ନୂଆଦିଲ୍ଲୀ : ସ୍ପିଲ୍‌ଟ୍ସଭିଲା, ରୋଡିଜ୍‌ ଏବଂ ବିଗ୍‌ ବସ୍‌-୯ ଭଳି ରିୟାଲିଟି ସୋ’ର ବିଜେତା ପ୍ରିନ୍ସ ନରୁଲାଙ୍କ ପରିବାର ଏବେ ଭାଙ୍ଗି ପଡ଼ିଥିବା ଜଣା ପଡ଼ିଛି । କାନାଡ଼ାରେ ରହୁଥିବା ପ୍ରିନ୍ସଙ୍କ ସଂପର୍କୀୟ ଭାଇ ରୂପେଶ ନରୁଲାଙ୍କ ହଠାତ୍‌ ବିୟୋଗ ପରିବାରକୁ ଶକ୍ତ ଝଟକା ଦେଇଛି । ପ୍ରିନ୍ସ ଏବଂ ତାଙ୍କ ପତ୍ନୀ ୟୁବିକା ଚୌଧୁରୀ ନଚ୍‌ ବଲିଏ-୯ ପାଇଁ ପ୍ରସ୍ତୁତି କରୁଥିବା ବେଳେ ଅଧା ଛାଡ଼ି ଦୁହେଁ ପରିବାର ସହ କାନାଡ଼ା ଯାଇଛନ୍ତି । କାନାଡ଼ାରୁ ରୂପେଶଙ୍କ ଶବ ମୋହାଲି ଅଣାଯାଇ ସତ୍କାର କରାଯିବା ପରେ ଯାଇ ପ୍ରିନ୍ସ କାମରେ ଯୋଗ ଦେବେ ବୋଲି ଜଣା ପଡ଼ିଛି ।

jagran.com

ସୂଚନା ମୁତାବକ, ରୂପେଶ ୩ବର୍ଷ ପୂର୍ବେ କାନାଡ଼ାକୁ ପଢ଼ିବାକୁ ଯାଇଥିବା ବେଳେ ଏବେ ସେ ସେଠାରେ ଚାକିରି କରୁଥିଲେ । ସୋମବାର ସେ ନିଜ ବନ୍ଧୁମାନଙ୍କ ସହ କାନାଡ଼ା ଡେ ପାଳନ କରିବା ପାଇଁ ବ୍ଲଫର୍ସ ପାର୍କ ବିଚ୍‌ରେ ଗାଧୋଇବା ପାଇଁ ଯାଇଥିଲେ । କିନ୍ତୁ ତାଙ୍କୁ ପହଁରା ଆସୁ ନଥିବା ବେଳେ ଲହଡ଼ି ଅଧିକ ଥିବାରୁ ରୂପେଶ ଭାସି ଯାଇଥିଲେ । ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ୩ମାସ ତଳେ ତାଙ୍କର ବିବାହ ହୋଇଥିବା ବେଳେ ଚଳିତ ମାସରେ ତାଙ୍କ ପତ୍ନୀଙ୍କୁ କାନାଡ଼ା ଯିବାର ଥିଲା ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର