ଫିଲ୍ମ ପୃଥ୍ଵୀରାଜ୍‌ ଚୌହାନ୍‌ରେ ଅକ୍ଷୟଙ୍କ ସଂଯୁକ୍ତା ବନିବେ ବିଶ୍ୱ ସୁନ୍ଦରୀ ମାନୁଷୀ

ମୁମ୍ବାଇ : ନିର୍ଦ୍ଦେଶକ ଚନ୍ଦ୍ରପ୍ରକାଶ ଦ୍ୱିବେଦୀଙ୍କ ଆଗାମୀ ଫିଲ୍ମ ପୃଥ୍ଵୀରାଜ୍‌ ଚୌହାନ୍‌ର କାଷ୍ଟିଙ୍ଗ୍‌ ପ୍ରାୟ ଶେଷ ହୋଇ ଆସିଥିବା ଜଣା ପଡ଼ିଛି । ଫିଲ୍ମରେ ପୃଥ୍ଵୀରାଜ୍‌ ଚୌହାନ୍‌ଙ୍କ ଭୂମିକାରେ ଅକ୍ଷୟ କୁମାର ନଜର ଆସିବାକୁ ଥିବା ବେଳେ ଖଳନାୟକ ମହମ୍ମଦ ଗୌରୀଙ୍କ ଭୂମିକାରେ ନଜର ଆସିବେ ମାନବ ବିଜ୍‌ । ଫିଲ୍ମରେ ପୃଥ୍ଵୀରାଜ୍‌ ଚୌହାନ୍‌ଙ୍କ ପରାକ୍ରମକୁ ଦର୍ଶକେ ଦେଖି ପାରିବେ । ତେବେ ଏହି ଫିଲ୍ମରେ ପୃଥ୍ଵୀରାଜ୍‌ ଚୌହାନ୍‌ଙ୍କ ପତ୍ନୀ ସଂଯୁକ୍ତାଙ୍କ ଭୂମିକାରେ ନଜର ଆସିବେ ବିଶ୍ୱ ସୁନ୍ଦରୀ ମାନୁଷୀ ଛିଲ୍ଲର ।

Image result for akshay kumar and manushi chillar
India Today

ଇତିହାସକୁ ଦେଖିବାକୁ ଗଲେ, ପୃଥ୍ଵୀରାଜ୍‌ ଚୌହାନ୍‌ଙ୍କ ୪ଟି ରାଣୀ ଥିଲେ । କିନ୍ତୁ ଫିଲ୍ମରେ କେବଳ ଦୁଇଟି ରାଣୀଙ୍କୁ ଦର୍ଶକେ ଦେଖି ପାରିବେ । ତେବେ ପ୍ରଥମ ରାଣୀ ସଂଯୁକ୍ତାଙ୍କ ଭୂମିକାରେ ମାନୁଷୀ ଆସିବା  ସହ ଦ୍ୱିତୀୟ ରାଣୀଙ୍କ ଭୂମିକାରେ କୌଣସି ଟିଭି କଳାକାର ନଜର ଆସିବେ ବୋଲି ଜଣା ପଡ଼ିଛି । ଫିଲ୍ମର ସୁଟିଂ ରାଜସ୍ଥାନ ଓ ଉତ୍ତର ଭାରତର ଅନ୍ୟ ରାଜ୍ୟରେ ହେବ ।

ସମ୍ବନ୍ଧିତ ଖବର