ପୁଣି ଛୋଟ ପରଦାରେ ଓଲିଉଡର ହସକୁରୀ ନାୟିକା ପ୍ରିୟା

ଭୁବନେଶ୍ୱର: ଓଲିଉଡର ହସକୁରୀ ଓ ଚୁଲୁବୁଲି ନାୟିକା ପ୍ରିୟା ପୁଣି ଛୋଟ ପରଦାକୁ ଫେରିଛନ୍ତି। ହଁ ସେ ପୁଣି ଥରେ ଛୋଟ ପରଦାରେ ନଜର ଆସିଛନ୍ତି । ପ୍ରିୟା ଚୌଧୁରୀ ଅବଶ୍ୟ ବିବାହ ପରେ ଆଗରୁ ବି ସମୟ ସମୟରେ ଛୋଟ ପରଦାରେ ନଜର ଆସିଛନ୍ତି । ସଂପ୍ରତି ତାଙ୍କୁ ତରଙ୍ଗ ଚାନେଲରେ ପ୍ରସାରିତ ରିଅଲିଟି ସୋ’ ‘ମିଷ୍ଟର ହଜବ୍ୟାଣ୍ଡ’ରେ ଉପସ୍ଥାପିକାଭାବେ ଦେଖିବାକୁ ମିଳିଥିଲା। ଏହା ପୂର୍ବରୁ ପ୍ରିୟା

ସାର୍ଥକ ଟିଭିରେ ପ୍ରସାରିତ ‘ ଓଡ଼ିଶାର ବେଷ୍ଟ-ଡ୍ରାମେବାଜ୍‌’ରେ ଜଜ୍‌ଭାବେ ମଧ୍ୟ ଛୋଟ ପରଦାରେ ନଜର ଆସିଥିଲେ। ଏବେ ପୁଣି ଏହାର ସିଜିନ୍‌-୨ରେ ବି ଜଜ୍‌ ଭାବେ କାମ କରୁଛନ୍ତି । ଜୀ ସାର୍ଥକ ଟିଭିରେ ପ୍ରସାରିତ ଏହି ରିଆଲିଟି ସୋ’ରେ ଶ୍ରୀତମ୍‌ ଦାସ ଏବଂ ଅଭିନେତା- ନିର୍ଦ୍ଦେଶକ ଦେବୁ ପଟ୍ଟନାୟକଙ୍କୁ ବି ଏହି ସୋ’ରେ ଜଜ୍‌ ଭାବେ ନଜର ଆସୁଛନ୍ତି।ବଡ଼ ପରଦାରେ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲେ ଓଲିଉଡ ନାୟିକା ପ୍ରିୟା ।

ଏଠାରେ ସୂଚନାଯୋଗ୍ୟ ଯେ ପ୍ରିୟା ୨୦୦୮ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ ଡ୍ରିମ୍‌ଗାର୍ଲ’ରେ ପ୍ରଥମେ ଅଭିନୟ କରି ବଡ଼ ପରଦାକୁ ଆସିଥିଲେ । ଏହାର ନିର୍ଦ୍ଦେଶନା ଦେଇଥିଲେ ଅଶୋକ ପତି। ଏହାପରେ ପ୍ରିୟାଙ୍କୁ ଅଭିମନ୍ୟୁ, ବାଇଶି ପାହାଚେ ଖେଳିବ ମୀନ, ଆଲୋ ମୋର କଣ୍ଢେଇ, ମେଘ ସବାରୀରେ ଆସିବ ଫେରି, ଦିଲ୍‌ ତତେ ଦେଇଛି, ହିରୋ- ଏକ ପ୍ରେମ କଥା, ଚାନ୍ଦିନୀ ଆଇ ମିସ୍‌ ୟୁ, ଦୋସ୍ତି , ଗୁଡ ବୟ, ପାରିବେନି କେହି ଅଲଗା କରି, ରୁମକୁ ଝୁମାନା ,ମିତ ବସିଛି ମୁଁ ଭୂତ ସାଥୀରେ ଓ ତୋ’ ବାଟ ଚାହିଁଛି ରାତି ସାରା ଆଦି ଓଡ଼ିଆ ଛବିରେ ଦେଖିବାକୁ ପାଇଛନ୍ତି ଦର୍ଶକ।

ସମ୍ବନ୍ଧିତ ଖବର