ରିଲିଜ୍‌ ହେଲା ପ୍ରିୟା ପ୍ରକାଶଙ୍କ ‘ଓରୁ ଉଦାର ଲବ’ ଚଳଚ୍ଚିତ୍ର; ଅସନ୍ତୋଷ ପ୍ରକାଶ କଲେ ଦର୍ଶକ

ତିରୁବନନ୍ତପୁରମ୍‌: ଥରେ ମାତ୍ର ଆଖି ମାରି ରାତାରାତି ଇଣ୍ଟ୍‌ରନେଟ୍‌ ରାଣୀ ବନି ଯାଇଥିବା ମାଲାୟାଲାମ ଅଭିନେତ୍ରୀ ପ୍ରିୟା ପ୍ରକାଶ ଭାରିୟର୍‌ଙ୍କ ଚଳଚ୍ଚିତ୍ର ‘ଓରୁ ଉଦାର ଲବ’ ଇତି ମଧ୍ୟରେ ରିଲିଜ୍‌ ହୋଇଯାଇଛି। ଟିନ୍‌ ଏଜ୍‌ ପ୍ରେମ କାହାଣୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ରରେ ପ୍ରିୟା ପ୍ରକାଶଙ୍କ ଅଭିନୟ ଖୁବ୍‌ କମ୍‌ ସମୟର ଥିଲା। ମାତ୍ର ପ୍ରିୟାଙ୍କ ୨୬ ସେକେଣ୍ଡ୍‌ର ଆଖିମରା ଭିଡିଓ ଗୋଟାଏ ଦିନ ମଧ୍ୟରେ ପୂରା ଦେଶରେ ଛାଇ ଯିବା ପରେ ନିର୍ଦ୍ଦେଶକ ଚଳଚ୍ଚିତ୍ରରେ ପ୍ରିୟାଙ୍କ ଭୂମିକା ବଢ଼ାଇବାକୁ ନିଷ୍ପତ୍ତି ନେଇଥିଲେ।

‘ଓରୁ ଉଦାର ଲବ’ ଚଳଚ୍ଚିତ୍ରରେ ପି୍ରୟାଙ୍କ ବିପକ୍ଷରେ ଦେଖିବାକୁ ମିଳିଛନ୍ତି ରୋଶନ। ଏକାଦଶ ଶ୍ରେଣରେ ପଢୁଥିବା ରୋଶନ ପ୍ରିୟାଙ୍କୁ ଦେଖୁ ଦେଖୁ ମନ ଦେଇ ବସନ୍ତି ଓ ପାରମ୍ପତିକ ଢଙ୍ଗରେ ହିରୋମାନଙ୍କ ପରି ସେ ପ୍ରିୟାଙ୍କୁ ପାଇବାକୁ ଚେଷ୍ଟା କରନ୍ତି।

ତେବେ ଆକଣ ଯଦି ଅଭିନୟ ଦୃଷ୍ଟିରୁ ଏହି ଚଳଚ୍ଚିତ୍ରଟିକୁ ଦେଖିବେ ତେବେ ପ୍ରିୟା ସେତେଟା ଭଲ ଅଭିନୟ କରିନାହାନ୍ତି। ସମୀକ୍ଷାରୁ ଜାଣିବାକୁ ମିଳିଛି ଯେ ଯେଉଁଭଳି ଭାବେ ପ୍ରିୟାଙ୍କୁ ନେଇ ଦର୍ଶକଙ୍କ ଆଶା ରହିଥିଲା ପ୍ରିୟା ସେହିପରି ଭାବେ ପ୍ରଶଂସକଙ୍କୁ ସନ୍ତୁଷ୍ଟ କରିପାରି ନାହାନ୍ତି।

ସମ୍ବନ୍ଧିତ ଖବର