କେରଳର ବନ୍ୟା ପ୍ରପୀଡ଼ିତଙ୍କୁ ସାହାଯ୍ୟ କଲେ ଇଣ୍ଟରନେଟ୍‌ ସେନ୍‌ସେସନ୍‌ ପ୍ରିୟା ପ୍ରକାଶ, ଦାନ କଲେ ଲକ୍ଷେ ଟଙ୍କା

ମୁମ୍ବାଇ : କେରଳରେ ବନ୍ୟାର ତାଣ୍ଡବ ପରେ ଏବେ କେରଳକୁ ପୁଣି ଥରେ ପୂର୍ବ ପରି ଗଢ଼ିବା ପାଇଁ ଲାଗି ପଡ଼ିଛି ସାରା ଦେଶ । ରାଜନେତାଙ୍କଠାରୁ ଆରମ୍ଭ କରି ଅଭିନେତା ପର୍ଯ୍ୟନ୍ତ ସମସ୍ତେ କିଛି ନା କିଛି ସହାୟତା ରାଶି ଦାନ କରି ଲୋକମାନଙ୍କୁ ସାହାଯ୍ୟ କରିଛନ୍ତି । ପୂର୍ବରୁ ବଲିଉଡ୍‌ର ବଡ଼ ବଡ଼ କଳାକାର ସଲମାନ ଖାନ୍‌, ଶାହରୁଖ୍‌ ଖାନ୍‌,ଅକ୍ଷୟ କୁମାରଙ୍କ ଭଳି କଳାକାରଙ୍କ ନାଁ ଆସି ସାରିଥିବା ବେଳେ ଏବେ ଆଉ ଜଣେ କଳାକାରଙ୍କ ନାଁ ଏଥିରେ ସାମିଲ ହୋଇଛି ।

WikiGlobal

ଯାହାଙ୍କୁ ସାରା ଦେଶବାସୀ ୨୬ ସେକେଣ୍ଡ ମଧ୍ୟରେ ହିଁ ଭଲ ପାଇବା ଦେଇଥିଲେ । ତାଙ୍କ ୨୬ ସେକେଣ୍ଡର ଭିଡ଼ିଓ ପାଇଁ ସେ ପାଲଟି ଯାଇଥିଲେ ଇଣ୍ଟରନେଟ ସେନ୍‌ସେସନ୍‌ । ଆଜ୍ଞା ହଁ! ନ୍ୟାସ୍‌ନାଲ କ୍ରସ୍‌ ପ୍ରିୟା ପ୍ରକାଶ ମଧ୍ୟ କେରଳ ପ୍ରପୀଡ଼ିତଙ୍କୁ ଆର୍ଥିକ ସହାୟତା ଦେଇଥିବା ଜଣାପଡ଼ିଛି । ନିଜର ଆୟକୁ ଦେଖି ସେ ଏକ ଲକ୍ଷ ଟଙ୍କା ଦାନ କରିଥିବା ଜଣାପଡ଼ିଛି । ପ୍ରିୟାଙ୍କ ଏହି ପ୍ରୟାସ ପରେ ତାଙ୍କୁ ଲୋକମାନେ ପ୍ରଶଂସା କରିବା ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର