ନୂଆଦିଲ୍ଲୀ: ରାତା ରାତି ଚର୍ଚ୍ଚାର ଶୀର୍ଷରେ ପହଞ୍ଚିଥିଲେ ଭାଲେଣ୍ଟାଇନ୍ ଗର୍ଲ ପ୍ରିୟା ପ୍ରକାଶ । ଫେବ୍ରୁଆରି ପ୍ରେମ ସପ୍ତାହରେ ତାଙ୍କର ୨୬ସେକେଣ୍ଡର ଭିଡ଼ିଓ ଭାଇରାଲ ହେବା ପରେ ସେ ସବୁ ପୁଅମାନଙ୍କର କ୍ରସ ପାଲଟି ଯାଇଥିଲେ । ସେଥିପାଇଁ ତାଙ୍କ ନାମ ନ୍ୟାସ୍ନାଲ କ୍ରସ ବୋଲି ମଧ୍ୟ ରଖାଯାଇଥିଲା । ଇତି ମଧ୍ୟରେ ତାଙ୍କର ଅନେକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇ ସାରିଥିବା ବେଳେ ଏବେ ପୁଣି ଏକ ଭିଡ଼ିଓରେ ତାଙ୍କୁ ଦେଖିବାକୁ ପାଇଛନ୍ତି ଲୋକେ ।
ପୂର୍ବରୁ ସେ ନିଜ ଆଖି ଇସାରାରେ ଲୋକମାନଙ୍କୁ ପାଗଳ କରିଥିବା ବେଳେ ଏବେ ସେ ନିଜ କଣ୍ଠସ୍ୱରରେ ପୁଅମାନଙ୍କୁ ଦିଓ୍ଵାନା ବନାଇଛନ୍ତି । ପୂର୍ବରୁ ତାଙ୍କ ହସକୁ ଦେଖି ଲୋକମାନେ ଦିଓ୍ଵାନା ହୋଇ ଯାଇଥିବା ବେଳେ ଏହି ନୂଆ ଭିଡ଼ିଓ ଆସିବା ପରେ ପୁଣି ଥରେ ଲୋକେ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ କରିଛନ୍ତି । ଭାଇରାଲ ହୋଇଥିବା ଏହି ଭିଡ଼ିଓରେ ପ୍ରିୟାଙ୍କୁ ‘ହଓ୍ଵା ହଓ୍ଵା’ ଗୀତ ଗାଇ ଝୁମୁଥିବାର ଦେଖିବାକୁ ମିଳିଛି । ଏହି ଭିଡ଼ିଓରେ ତାଙ୍କ ସହ ଆହୁରି ଅନେକ ଲୋକ ମଧ୍ୟ ନଜର ଆସିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ଅର୍ଜୁନ କପୁରଙ୍କ ଫିଲ୍ମ ମୁବାରକାର ଗୀତରେ ସମସ୍ତେ ଝୁମିବା ସହ ପ୍ରିୟାଙ୍କୁ ମଧ୍ୟ ଏହି ଗୀତ ଗାଉଥିବାର ଦେଖିବାକୁ ମିଳିଛି । ଏହି ଭିଡ଼ିଓରେ ପ୍ରିୟ ଶାଢ଼ି ପିନ୍ଧିଥିବାର ଦେଖିବାକୁ ମିଳିଛି । ତାଙ୍କ ଅଭିନୀତ ପ୍ରଥମ ଫିଲ୍ମ ‘ଓରୁ ଅଦାର ଲଭ୍’ ରିଲିଜ ନ ହୋଇ ମଧ୍ୟ ତାଙ୍କୁ ଏତେ ସଫଳତା ମିଳି ସାରିଛି । ତେବେ ତାଙ୍କ ଅଭିନୟ ଜୀବନ କେତେ ଆଗକୁ ଯାଉଛି ତାହା ଦେଖିବାକୁ ବାକି ରହିଲା ।