‘ଶ୍ରୀଦେବୀ ବଙ୍ଗ୍‌ଲୋ’ ପରେ ଏବେ ପ୍ରିୟା ପ୍ରକାଶଙ୍କୁ ମିଳିଲା ଦ୍ୱିତୀୟ ବଲିଉଡ୍‌ ଫିଲ୍ମର ଅଫର

ମୁମ୍ବାଇ : ଫିଲ୍ମ ‘ଶ୍ରୀଦେବୀ ବଙ୍ଗ୍‌ଲୋ’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିବା ମଲୟାଲମ ଅଭିନେତ୍ରୀ ପ୍ରିୟା ପ୍ରକାଶ ଭାରିୟର୍‌ଙ୍କୁ ଏବେ ଆଉ ଏକ ବଲିଉଡ୍‌ ଫିଲ୍ମ ଅଫର କରା ଯାଇଥିବା ନେଇ ସୂଚନା ମିଳିଛି । ତାଙ୍କର ପ୍ରଥମ ଫିଲ୍ମ ରିଲିଜ୍‌କୁୁୁୁ ନେଇ ଅନେକ ବିବାଦ ଦେଖା ଦେଇଥିବା ବେଳେ ଦ୍ୱିତୀୟ ଫିଲ୍ମ ଅଫର କରାଯିବା ଖବର ତାଙ୍କୁ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆଣିଛି । ଦ୍ୱିତୀୟ ଫିଲ୍ମର ନାଁ ‘ଲଭ୍‌ ହ୍ୟାକର୍ସ’ ଥିବା ବେଳେ ଏହାର ନିର୍ଦ୍ଦେଶନା ଦେବେ ମୟଙ୍କ ପ୍ରକାଶ ଶ୍ରୀବାସ୍ତବ ।

News Track English

ଫିଲ୍ମର କାହାଣୀ ସାଇବର କ୍ରାଇମ୍‌କୁ ନେଇ ନିର୍ମାଣ କରା ଯାଇଥିବା ଜଣା ପଡ଼ିଛି । ଫିଲ୍ମଟି ଆସନ୍ତା ମାସରେ ରିଲିଜ୍‌ ହୋଇପାରେ ବୋଲି ସୂଚନା ମିଳିଛି । ଫିଲ୍ମର ସୁଟିଂ ଲକ୍ଷ୍ନୌ, ଦିଲ୍ଲୀ, ଗୁରୁଗ୍ରାମ ଏବଂ ମୁମ୍ବାଇରେ ହେବାକୁ ଥିବା ବେଳେ ଅଭିନେତ୍ରୀ ପ୍ରିୟା ପ୍ରକାଶ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି  ।

ସମ୍ବନ୍ଧିତ ଖବର