ନ୍ୟସ୍‌ନାଲ୍‌ କ୍ରସ୍‌ ପ୍ରିୟା ପ୍ରକାଶ ନିଜକୁ ବେରୋଜଗାର ବୋଲି କହିଲେ, ଜାଣନ୍ତୁ କାହିଁକି ?

ମୁମ୍ବାଇ: ଚଳିତ ବର୍ଷ ଭେଲେଣ୍ଟାଇନ୍‌ ଡ଼େରେ ଖୁବ୍‌ ସୁନ୍ଦର ଭାବେ ଆଖି ନଚାଇ ରାତାରାତି ସୋସିଆଲ ମିଡ଼ିଆରେ ଚହଳ ପକାଇଥିବା ଅଭିନେତ୍ରୀ ପ୍ରିୟା ପ୍ରକାଶ ବର୍ତ୍ତମାନ ବେରୋଜଗାର ବସିଛନ୍ତି ! ଏ ବିଷୟରେ ସେ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରି କହିଛନ୍ତି । ଶନିବାର ଦିନ ତାଙ୍କ ଚଳଚ୍ଚିତ୍ର ‘ଓରୁ ଉଦାର ଲଭ’ ର ସହ-କଳାକାର ଅବଦୁଲ୍‌ ରଉଫଙ୍କ ସହିତ ଏକ ଫଟୋ ଶେୟାର କରିଥିଲେ ଏବଂ ଏହାର କ୍ୟାପସନ୍‌ରେ ନିଜକୁ ବେରୋଜଗାର ବତାଇଥିଲେ ।
ଶେୟାର ହୋଇଥିବା ଫଟୋରେ ପ୍ରିୟା ଏବଂ ରୋଶନ୍‌ ସୁନ୍ଦର ଭାବେ ପୋଜ ଦେଉଥିବା ଦେଖିବାକୁ ମିଳିଥିବା ବେଳେ ପ୍ରିୟା ହାତରେ ଏକ ଲାଲ୍‌ ରଙ୍ଗର ଗୋଲାପ ଧରିଥିବା ଦେଖିବାକୁ ମିଳିଛି । ଏଥିରେ ପ୍ରିୟା ହଳଦିଆ ରଙ୍ଗର ଏକ ପୋଷାକ ପିନ୍ଧିଥିବା ବେଳେ ରୋଶନ୍‌ ଲାଲ୍‌ ରଙ୍ଗର ପୋଷାକ ପରିଧାନ କରିଥିବା ନଜର ଆସିଛନ୍ତି । ଏହି ଫଟୋରେ ପ୍ରିୟା ଏକ କ୍ୟାପସନ୍‌ ଲେଖିଛନ୍ତି, ଯେତେବେଳେ ଆପଣ ବେରୋଜଗାର ବୁଲୁଥିବେ ଏବଂ ତା’ପରେ ବି ଆପଣଙ୍କ ସହିତ ଫଟୋ ଉଠାଇବା ପାଇଁ ସମସ୍ତେ ପ୍ରସ୍ତୁତ ରହିଥିବେ ଆପଣ କ’ଣ କରିବେ!

ରାତାରାତି ଇଣ୍ଟରନେଟ୍‌ ସେନସେସନ୍‌ ପାଲଟିଥିବା ପ୍ରିୟା ପ୍ରକାଶଙ୍କର ନିଜକୁ ବେରୋଜଗାର କହିବା କଥାଟି ସହଜରେ କାହାର ହଜମ ହେଲା ନାହିଁ । ଏଣୁ ଏହି ପୋଷ୍ଟରେ ତାଙ୍କୁ ଅନେକ ପ୍ରକାରର କମେଣ୍ଟ ମଧ୍ୟ ଶୁଣିବାକୁ ମିଳିଛି। ସୂଚନା ଅନୁଯାୟୀ ପ୍ରିୟା ବହୁ ଶୀଘ୍ର ବଲିଉଡ୍‌ରେ ଡ଼େବ୍ୟୁ କରିବାକୁ ଯାଉଥିବା ବେଳେ ଇନ୍‌ଷ୍ଟାଗ୍ରାମରୁ ହିଁ ମାସକୁ ୮ ଲକ୍ଷ ଟଙ୍କା ରୋଜଗାର ହୋଇଥାଏ । ତାଙ୍କର କେବଳ ଇନଷ୍ଟାଗ୍ରାମରେ ୬୦ ଲକ୍ଷ ଫଲୋୟର୍ସ ରହିଛନ୍ତି । ଏହି ପରିପ୍ରେକ୍ଷୀରେ ନିଜକୁ ସେ କାହିଁକି ବେରୋଜଗାର କହୁଛନ୍ତି ତାହା ଜଣାପଡ଼ିନାହିଁ ।

ସମ୍ବନ୍ଧିତ ଖବର