ଆଖି ମାରା ପରେ ଏବେ ପ୍ରିୟା ପ୍ରକାଶଙ୍କ ଚୁମ୍ବନ ପ୍ରଦାନ ଭିଡିଓ ହେଲା ଭାଇରାଲ

ମୁମ୍ବାଇ: ମାତ୍ର ୨୬ସେକେଣ୍ଡର ଭିଡିଓ ପାଇଁ ସାରା ଦେଶରେ ରାତା ରାତି ଷ୍ଟାର ପାଲଟି ଯାଇଥିଲେ ମଲୟାଲମ ଅଭିନେତ୍ରୀ ପ୍ରିୟ ପ୍ରକାଶ । ତାଙ୍କର ଆଖି ମରା ଭିଡିଓ ସମସ୍ତଙ୍କୁ ପାଗଳ କରିଥିବା ବେଳେ ତାଙ୍କୁ ‘ନ୍ୟାସ୍‌ନାଲ କ୍ରସ୍‌’ର ନାଁ ଦିଆ ଯାଇଥିଲା । ଗତ ବର୍ଷ ଭାଲେଣ୍ଟାଇନ୍‌ ସପ୍ତାହରେ ତାଙ୍କର ଆଖି ମରା ଭିଡିଓ ରାତା ରାତି ଭାଇରାଲ ହୋଇଥିବା ବେଳେ ଏବେ ତାଙ୍କର ଆଉ ଏକ ରୋମାଣ୍ଟିକ୍‌ ଭିଡିଓ ଭାଇରାଲ ହୋଇଛି । ଭାଲେଣ୍ଟାଇନ୍‌ ସପ୍ତାହ ଆରମ୍ଭ ହୋଇ ସାରିଥିବା ବେଳେ ପ୍ରିୟାଙ୍କ ନୂଆ ଭିଡିଓକୁ ଦର୍ଶକଙ୍କ ଭଲ ପାଇବା ମିଳିବା ଆରମ୍ଭ ହୋଇ ସାରିଛି ।

ସୂଚନା ମୁତାବକ, ନୂଆ ଭିଡିଓରେ ପ୍ରିୟା ନିଜ ସହ କଳାକାର ରୋଶନଙ୍କୁ ଚୁମ୍ବନ ଦେଉଥିବା ଦେଖିବାକୁ ମିଳିଛି । ୧୧ସେକେଣ୍ଡର ଭିଡିଓରେ ଦୁହେଁ ପରସ୍ପରକୁ ଚୁମ୍ବନ ଦେଉଥିବା ଦେଖା ଯାଇଛି । ଆସନ୍ତା ଫେପ୍ରୁଆରି ୧୪ରେ ଫିଲ୍ମ ‘ଓରୁ ଅଦାର ଲଭ୍‌’ ରିଲିଜ୍‌ ହେବାକୁ ଥିବା ବେଳେ ଭାଇରାଲ ଭିଡିଓ ପୁଣି ଥରେ ଫିଲ୍ମକୁ ଦେଖିବାକୁ ନେଇ ଦର୍ଶକଙ୍କ ମନରେ ଉତ୍କଣ୍ଠା ଭରି ଦେଇଛି ।

ସମ୍ବନ୍ଧିତ ଖବର