ଏହି ନିର୍ଦ୍ଦେଶକଙ୍କ ସହ ସବୁଠାରୁ ଅଧିକ ସିନେମା କରିଛନ୍ତି ପ୍ରିୟା

ଭୁବନେଶ୍ୱର: ବଡ଼ ପରଦାରେ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲେ ଓଲିଉଡ ନାୟିକା ପ୍ରିୟା । ସେ ୨୦୦୮ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ ଡ୍ରିମ୍‌ଗାର୍ଲ’ରେ ପ୍ରଥମେ ଅଭିନୟ କରି ବଡ଼ ପରଦାକୁ ଆସିଥିଲେ । ଏହାର ନିର୍ଦ୍ଦେଶନା ଦେଇଥିଲେ ଅଶୋକ ପତି। ଏହାପରେ ପ୍ରିୟାଙ୍କୁ ଅଭିମନ୍ୟୁ, ବାଇଶି ପାହାଚେ ଖେଳିବ ମୀନ, ଆଲୋ ମୋର କଣ୍ଢେଇ, ମେଘ ସବାରୀରେ ଆସିବ ଫେରି, ଦିଲ୍‌ ତତେ ଦେଇଛି, ହିରୋ- ଏକ ପ୍ରେମ କଥା, ଚାନ୍ଦିନୀ ଆଇ ମିସ୍‌ ୟୁ, ଦୋସ୍ତି , ଗୁଡବୟ, ପାରିବେନି କେହି ଅଲଗା କରି, ରୁମକୁ ଝୁମାନା ,ମିତ ବସିଛି ମୁଁ ଭୂତ ସାଥୀରେ ଓ ତୋ’ ବାଟ ଚାହିଁଛି ରାତି ସାରା ଆଦି ଓଡ଼ିଆ ଛବିରେ ଦେଖିବାକୁ ପାଇଛନ୍ତି ଦର୍ଶକ।

‘ଡ୍ରିମ୍‌ଗାର୍ଲ’ପରେ ପ୍ରିୟା ଯେଉଁସବୁ ନିର୍ଦ୍ଦେଶକଙ୍କ ସହ କାମ କରିଛନ୍ତି ସେହି ତାଲିକାରେ କେତେଜଣଙ୍କ ସହ ସେ ଥରେ ମାତ୍ର କାମ କରିଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ବରିଷ୍ଠ ନିର୍ଦ୍ଦେଶକ ବସନ୍ତ ସାହୁ ଯାହାଙ୍କ ସହ ସେ କେବଳ ‘ଚାନ୍ଦିନୀ ଆଇ ମିସ୍‌ ୟୁ ’ରେ କାମ କରିଛନ୍ତି। ଏହି ସିନେମାରେ ସବ୍ୟସାଚୀ ନାୟକ ଭୂମିକାରେ ଅଭିନୟ କରିଥିଲେ। ପ୍ରିୟା ଆଉ ସୁଶାନ୍ତ ମଣିଙ୍କ ସହ ଅଭିମନ୍ୟୁପରେ ଅନ୍ୟ କୌଣସି ସିନେମାରେ କାମ କରିବାର ସୁଯୋଗ ପାଇ ନାହାନ୍ତି। ଠିକ୍‌ ସେହିପରି ନିର୍ଦ୍ଦେଶକ ତାପସ ସରଘରିଆଙ୍କ ସହ ଥରେ ମାତ୍ର କାମ କରିଛନ୍ତି ।

ହେଲେ ଆପଣ ଜାଣନ୍ତିକି ସେ ଜଣେ ନିର୍ଦ୍ଦେଶକଙ୍କ ସହ ସବୁଠାରୁ ଅଧିକ ସିନେମାରେ କାମ କରିଛନ୍ତି। ହଁ ସେହି ନିର୍ଦ୍ଦେଶକଜଣକ ହେଲେ ସଞ୍ଜୟ ନାୟକ। ତାଙ୍କ ନିର୍ଦ୍ଦେଶିତ ‘ଦିଲ୍‌ ତତେ ଦେଇଛି,’ ବାଇଶି ପାହାଚେ ଖେଳିବ ମୀନ, ମେଘ ସବାରୀରେ ଆସିବ ଫେରି, ମିତ ବସିଛି ମୁଁ ଭୂତ ସାଥୀରେ ଓ ତୋ’ ବାଟ ଚାହିଁଛି ରାତି ସାରା ଆଦି ପାଞ୍ଚଟି ଓଡ଼ିଆ ଛବିରେ ନଜର ଆସିଛନ୍ତି ଏହି ନାୟିକା।

ସମ୍ବନ୍ଧିତ ଖବର